ଓଡ଼ିଶା ଖବରନ୍ୟୁଜ୍

ତାଣ୍ଡେଲ ପାହାଡ଼ରେ ନିଆଁକୁ ଆୟତ୍ତ ଜଙ୍ଗଲ ବିଭାଗ

ତାଣ୍ଡେଲ ପାହାଡ଼ରେ ନିଆଁକୁ ଆୟତ୍ତ ଜଙ୍ଗଲ ବିଭାଗ

ନୂଆପଡ଼ା(ବ୍ୟୁରୋ ଓଡ଼ିଶା ହାଲଚାଲ):- ତାଣ୍ଡେଲ ପାହାଡ଼ରେ ନିଆଁକୁ ଆୟତ୍ତ କଲେ କୋମନା ଜଙ୍ଗଲ ବିଭାଗ ।କୋମନା ବ୍ଲକ ସ୍ଥିତ ଟିକ୍ରାପଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ସ୍ଥାନୀୟ ତାଣ୍ଡେଲ ପାହାଡ଼ରେ ନିଆଁ ବର୍ଷା ହେଉଛି ।

ତାକୁ ଆୟତ୍ତ କରିବା ପାଇଁ କୋମନା ରେଞ୍ଜର ଶ୍ରୀଯୁକ୍ତ ଦେବଦତ୍ତ ସୂତାରଙ୍କ ନେତୃତ୍ୱରେ ନିଆଁ ନିୟଂତ୍ରଣ କରାଯାଇଛି । ତାଙ୍କ ସହିତ ଫରେଷ୍ଟ ଗାର୍ଡ ଉତ୍ତମ କୁମାର ମେହେର, ଫୋରେଷ୍ଟ watcher କ୍ଷମା ସାଗର ମହାଖୁଡ଼, ଭୀମସେନ ହଂସ, ଡୋଳାମଣି ବେମାଲ ନିଆଁକୁ ଆୟତ୍ତ କରିଥିଲେ । ନିଆଁକୁ ନିୟଂତ୍ରଣ କରିବା ପାଇଁ ନିଆଁ blower, ହାତ ତିଆରି ସବୁଜ ବାଡ଼ି ସାହାଯ୍ୟ ନେଇଥିଲେ ।

ଜଙ୍ଗଲ ଆମର ଜାତୀୟ ସମ୍ପଦ. ଜଙ୍ଗଲ ଯୋଗୁଁ ଆମେ ବାୟୁ ବର୍ଷା, ପବନ, ଖାଦ୍ୟ ବସ୍ତ୍ର, ଦେଇଥାଏ । ତାକୁ ସୁରକ୍ଷା କରିବା ଆମର ଦାୟିତ୍ୱ । କୌଣସି କାରଣ ବା କେହି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗେଇଲେ ତୁରନ୍ତ ଜଙ୍ଗଲ ବିଭାଗକୁ ଖବର ଦେବା ଉଚିତ । ସମସ୍ତେ ମିଶି ଜଙ୍ଗଲ ବିଭାଗ ସହ ସୁସମ୍ପର୍କ ସ୍ଥାପନ କରିବା ସହ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତେ ଦାୟୀ ରହିବା ଉଚିତ ।

Related posts

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ

Odisha Halchal

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ

Odisha Halchal

ମେଘାଳୟରୁ ଅପହରଣ, ସୋରରୁ ମହିଳା ଏବଂ ଶିଶୁ ଉଦ୍ଧାର ; ଅଭିଯୁକ୍ତ ଯୁବକ ଗିରଫ

Odisha Halchal

Leave a Comment