ଓଡ଼ିଶା ଖବରନ୍ୟୁଜ୍

ପ୍ରସିଦ୍ଧ ଝାମୁଯାତ୍ରା ଆସନ୍ତା 8 ରୁ ଆରମ୍ଭ

ପ୍ରସିଦ୍ଧ ଝାମୁଯାତ୍ରା ଆସନ୍ତା 8 ରୁ ଆରମ୍ଭ

ବଲାଙ୍ଗୀର:- ଦେଓଗାଁ ବ୍ଲକ ଅନ୍ତର୍ଗତ ସିକୁଆଁ ଗ୍ରାମର ପ୍ରସିଦ୍ଧ ଝାମୁଯାତ୍ରା (ଦଣ୍ଡ ) ଆସନ୍ତା 8 ତାରିଖରୁ ଆରମ୍ଭ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି l ଗତକାଲି ଅପରାହ୍ନରେ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଶିବ ମନ୍ଦିର ପୂଜକ ଚୈତନ୍ୟ ଥନାପତି ଯାତ୍ରା ପାଇଁ ଲଗ୍ନ ଧାର୍ଯ୍ୟ କରିଥିଲେ l

ସୂଚନା ଅନୁସାରେ, ଆସନ୍ତା 8 ତାରିଖରେ ଦେବୀ ଆବିର୍ଭାବ,9 ତାରିଖରେ ଚାରିଶମ୍ଭୁ ଆବିର୍ଭାବ ଓ 10 ତାରିଖରେ ମନ୍ଦିର ଭିତରେ ଦଣ୍ଡ ଯାତ୍ରା ପାଇଁ ଜଳ ଢାଳି ମାନସିକ ଧାରୀ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି l

ଏହି ବୈଠକରେ ମନ୍ଦିର ଉନ୍ନୟନ କମିଟି ସଭାପତି ଶ୍ରୀ ଡିଜନ ସାମଲ, ସମ୍ପାଦକ ଘନଶ୍ୟାମ ସାହୁ, ଜୟରାମ ଥନାପତି, ସୁରେଶ ସାହୁ, ପ୍ରତାପ ତମଲିଆ, ସମ୍ଭୋ ସାହୁ, ସୁରେନ୍ଦ୍ର ପଧାନ, ବିଜୟ ରଣା, ବୀରେନ୍ଦ୍ର ପାତ୍ର, ପ୍ରଦୀପ ପଧାନ ପ୍ରମୁଖ ଓ ସମସ୍ତ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ l

Related posts

ମାଓ କେମ୍ପ ଠାବ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ SP

Odisha Halchal

ଶେଷରେ ୱିନିଂ ଟ୍ରାକ୍‌କୁ ଫେରିଲା ଚେନ୍ନାଇ

Odisha Halchal

ରୁଚିକାଙ୍କୁ ନ୍ୟାୟ ଦାବିରେ ଆଜି ଓଡ଼ିଶା ବନ୍ଦ ଡାକରା

Odisha Halchal

Leave a Comment