ଓଡ଼ିଶା ଖବରନ୍ୟୁଜ୍

ଭୟଙ୍କର ସଡକ ଦୁର୍ଘଟଣା

ଭୟଙ୍କର ସଡକ ଦୁର୍ଘଟଣା

ଗଞ୍ଜାମ :-ଟ୍ରକ ଗଛ କୁ ବାଡେଇହୋଇ ଡ଼୍ରାଇଭର ଗୁରୁତର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗାଁ ନିକଟରେ ଟ୍ରକ୍ ଗଛ ରେ ପିଟି ହୋଇ ଟ୍ରକ୍ ଡ଼୍ରାଇଭର ଗୁରୁତର। ସୂଚନା ମୁତାବକ ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ରାଜେନ୍ଦ୍ର ଜେନା ସେ ଖାଲି ଟ୍ରକ୍ ଟିକୁ ଧରି ଧରି ବୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ରହିଥିବା ଏକ ଗଛ ରେ ଟ୍ରକ୍ ଟି ପିଟି ହେଇଯାଇଥିଲା ।

ଯାହା ଫଳରେ ରାଜେନ୍ଦ୍ର ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଚି ସ୍ଥାନୀୟ ଲୋକେ ରାଜେନ୍ଦ୍ର ଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପୋଲସରା ମେଡିକାଲ କୁ ଆଣିଥିଲେ। ଏଵଂ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଗୁରୁତର ରହିଛି।

ରାଜେନ୍ଦ୍ର ସେ ଏକାକୀ ଟ୍ରକ୍ ନେଇ ଯାଉଥିବା ବେଳେ ପାଖରେ ମଧ୍ୟ କେହି ନଥିଲେ ଟ୍ରକ୍ ଟି କେଉଁ କାରଣରୁ ଗଛ ରେ ପିଟି ହେଲା ତାହା ଜଣା ପଡିନାହିଁ । ବର୍ତମାନ ରାଜେନ୍ଦ୍ର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପୋଲସରା ଓ ବୁଗୁଡ଼ା ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ଟ୍ରକ୍ ଟିକୁ ଜବତ କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Related posts

ଥାନା ସାମ୍ନାରେ କିରୋସିନ ଡାଲି ମହିଳାଙ୍କ ଆତ୍ମହୁତି ଉଦ୍ୟମ

Odisha Halchal

ନନ୍ଦପୁର ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣା, ପୁଣି ୭ ଜଣଙ୍କୁ ଉଠାଇ ନେଲା ପୋଲିସ୍‌

Odisha Halchal

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡି ଦିଆଯାଇଥିବା ସନ୍ଦେହ

Odisha Halchal

Leave a Comment