ଓଡ଼ିଶା ଖବରନ୍ୟୁଜ୍

ଗରିବ ପୁଅଝିଅଙ୍କ ପାଠ ପାଇଁ ଖୋଲିଲା ସ୍କିମ

ଗରିବ ପୁଅଝିଅଙ୍କ ପାଠ ପାଇଁ ଖୋଲିଲା ସ୍କିମ

ଭୁବନେଶ୍ବର(ବ୍ୟୁରୋ ଓଡିଶା ହାଲଚାଲ):- ଘରୋଇ (ଓଡ଼ିଆ/ଇଂରାଜୀ) ମାଧ୍ୟମ ବିଦ୍ୟାଳୟରେ ପଢ଼ିପାରିବେ ଗରିବ ପିଲା। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପାରଦର୍ଶୀ ପୋର୍ଟାଲ (www.rteparadarshi.odisha.gov.in) ଖୋଲାଯାଇଛି। ଆଗ୍ରହୀ ଯୋଗ୍ୟ ଅଭିଭାବକ ସେମାନଙ୍କ ପିଲାଙ୍କ ନାମଲେଖା ଲାଗି ଫେବୃଆରୀ ୧୩ରୁ ମାର୍ଚ୍ଚ ୧୬ ମଧ୍ୟରେ ଆବେଦନ କରିପାରିବେ।

ଯେଉଁମାନେ ଆବେଦନ କରିବେ ସେମାନେ ସଙ୍ଗେ ସଙ୍ଗେ ଆବେଦନପତ୍ର ଓ ପରିଚୟପତ୍ର ଗୁଡ଼ିକୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।୨୦୨୩-୨୪ ଶିକ୍ଷା ବର୍ଷରେ ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାଙ୍କ ପାଇଁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟର ନର୍ସରି/ଏଲ୍‌କେଜି/ପ୍ରଥମ ଶ୍ରେଣୀ ପାଇଁ ୨୫% ସିଟ୍‌ ସଂରକ୍ଷଣ ରହିଛି। ରାଜ୍ୟର ଆର୍ଥିକ ଅନଗ୍ରସର ଶ୍ରେଣୀର ସମସ୍ତ ଅଭିଭାବକ ଏହାର ସୁଯୋଗ ନେବାକୁ ମହାସଂଘ ସଭାପତି ବାସୁଦେବ ଭଟ୍ଟ ଆହ୍ବାନ ଦେଇଛନ୍ତି।

ମାର୍ଚ୍ଚ ୨୦ ସୁଦ୍ଧା ଆବେଦନପତ୍ର ଯାଞ୍ଚ ସରିବ। ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ଖାଲିଥିବା ସିଟ୍‌ରେ ନାମଲେଖା ଲାଗି ଦ୍ବିତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ।ଏପ୍ରିଲ ୧୦ରୁ ୨୪ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଆବେଦନ କରିପାରିବେ ଏବଂ ୨୬ ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ।

 

Related posts

କଣ ରହିଛି ଆଗତ ୨୦୨୩-୨୪ ବଜେଟ

Odisha Halchal

ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା

Odisha Halchal

ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି, ସରକାର ଆସି ଚାଖନ୍ତୁ

Odisha Halchal

Leave a Comment