ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜନୈତିକ ଆକ୍ରୋଶରୁ ହତ୍ୟା ଅଭିଯୋଗ, ଯୁବକଙ୍କୁ ପିଟିପିଟି ମାରିଦେଲେ

ରାଜନୈତିକ ଆକ୍ରୋଶରୁ ହତ୍ୟା ଅଭିଯୋଗ, ଯୁବକଙ୍କୁ ପିଟିପିଟି ମାରିଦେଲେ

ରାଜନୈତିକ ଆକ୍ରୋଶରୁ ପିଟି ପିଟି ହତ୍ୟା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ଧାମନଗର ଥାନା ଦଳାଙ୍ଗ ପଂଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକଙ୍କୁ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ମୃତକ ହେଉଛନ୍ତି ଜାହାଙ୍ଗିର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ ।

ପ୍ରତାପ ରାତିରେ ଘରକୁ ଯାଉଥିବା ବେଳେ କେତେକ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ବିଷୟରେ ଜାଣି ତାଙ୍କ ଭାଇ ଓ ଗ୍ରାମ ର କେତେକ ଲୋକ ବାହାରକୁ ବହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ତେବେ ମାଡ଼ ମାରିବା ପରେ ଲୋକେ ପ୍ରତାପ ଙ୍କୁ ଧାମନଗର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେପଟେ ରାଜନୈତିକ ଶତ୍ରୁତାରୁ ଏପରି ହତ୍ୟା କାଣ୍ଡ ହୋଇଥିବା ସ୍ପଷ୍ଟ କରିଛି ପୋଲିସ । ଧାମନଗର ଥାନା ଅଧିକାରୀଙ୍କ ସୂଚନା ଦେଇଛନ୍ତି, ଘଟଣାର ତଦନ୍ତ ଚାଲିଛି । ଏବେ ୧୭ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ୭୭/ ୨୨ କେସ ନମ୍ବରରେ ମାମଲା ରୁଜୁ ହୋଇଛି । ୩୦୨, ୫୦୬, ୨୯୪ ଦଫାରେ ମାମଲା ରୁଜୁ କଲା ପୋଲିସ ।

Related posts

ତାଣ୍ଡେଲ ପାହାଡ଼ରେ ନିଆଁକୁ ଆୟତ୍ତ ଜଙ୍ଗଲ ବିଭାଗ

Odisha Halchal

ମଦ ପାଇଁ ମହାଭାରତ

Odisha Halchal

ଆଜି ପୁଣି ଝଟ୍‌କା: ସପ୍ତାହରେ ୩ ଥର ବଢ଼ିଲା ପେଟ୍ରୋଲ ଦର

Odisha Halchal

Leave a Comment