ଅପରାଧଓଡ଼ିଶା ଖବରନ୍ୟୁଜ୍

ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କାରୀ ଙ୍କୁ ଛାଡ଼ିବା ହେଲା ମହଙ୍ଗା

ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କାରୀ ଙ୍କୁ ଛାଡ଼ିବା ହେଲା ମହଙ୍ଗା

ବୌଦ୍ଧ :-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ସହ ପୋଲିସର ଲିଁଙ୍କ।ଦୁଇଜଣ ଗଞ୍ଜେଇ ଚୋରା ଚାଲାଣ କାରୀ ଙ୍କୁ ଧରି ପରେ ଛାଡ଼ିଦେବା ପୋଲିସ ବାବୁ ଙ୍କ ପାଇଁ ମହାଙ୍ଗା ପଡ଼ିଛି। ବୌଦ୍ଧ ଏସ ପି ଜଣେ ଫାଣ୍ଡି ଅଧିକାରୀ ଓ ଦୁଇଜଣ କନେଷ୍ଟବଳ ଙ୍କୁ ନିଲମ୍ବିତ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ 16 ତାରିଖରେ ବଡ ଗୋଛାପଡା ଗ୍ରାମର ଚନ୍ଦନ ପ୍ରଧାନ ଓ ସର୍ଜିତ ମଲ୍ଲିକ ଏକ ବାଇକ୍ ରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ।ସେହି ସମୟରେ ବଘିଆ ପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇଜଣ କନେଷ୍ଟବଳ ସଞ୍ଜୀବ ପ୍ରଧାନ ଓ କେଶବ ପ୍ରଧାନ ସେମାନଙ୍କୁ ବେରେଡାବାଡି ଛକ ନିକଟରେ କାବୁ କରିଥିଲେ।ପରେ ସେମାନଙ୍କୁ ଛାଡ଼ିଦେଇ ଦୁଇଟି ବ୍ୟାଗ ରେ ଥିବା ଗଞ୍ଜେଇ ନେଇ ସରକାରୀ କୁଆଟର ରେ ରଖିଥିଲେ।ଘଟଣା ଟି କୌଣଷି ସୂତ୍ର ରୁ ଏସ ପି ପ୍ରହଲ୍ଲାଦ ଶହାଇ ମିନା କୌଣଷି ସୂତ୍ରରୁ ଖବର ପାଇ ବୌଦ୍ଧ ଥାନା ଅଧିକାରୀ ମାଧବା ନନ୍ଦ ନାୟକ ଘଟଣାର ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇଥିଲେ।

ପୋଲିସ କର୍ମଚାରୀ ଙ୍କ ସରକାରୀ କୁଆଟର ରେ ଦୁଇଟି ବ୍ୟାଗ ରେ 13 କିଲୋ ଗଞ୍ଜେଇ ଓ ଗୋଟିଏ ବାଇକ୍ ଥିବା ଦେଖିଥିଲେ। ରିପୋର୍ଟ୍ ପାଇବା ପରେ ଏସପି ସେମାନଙ୍କୁ ନିଲମ୍ବିତ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ତଦନ୍ତ ପରେ କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ କରମଚାରି ଙ୍କ ଉପରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବେ ବୋଲି ବୋଲି ଏସପି ଶ୍ରୀ ମିନା ସୂଚନା ଦେଇଛନ୍ତି।

Related posts

ଆଜି ପୁଣି ଝଟ୍‌କା: ସପ୍ତାହରେ ୩ ଥର ବଢ଼ିଲା ପେଟ୍ରୋଲ ଦର

Odisha Halchal

ରାଜ୍ୟରେ କମୁଥିବା ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ

Odisha Halchal

ବରଗଡ଼ରେ ଡବଲ୍ ମର୍ଡ଼ର, ପାରିବାରିକ କଳହରୁ ବାପା ଓ ପୁଅଙ୍କୁ କଟୁରୀରେ ହାଣିଲେ ୨ ସମ୍ପର୍କୀୟ

Odisha Halchal

Leave a Comment