ଓଡ଼ିଶା ଖବରନ୍ୟୁଜ୍

ରୁଷିଆ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ

ରୁଷିଆ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ

ରାୟଗଡା:-(ରିପୋର୍ଟ:- ପ୍ରସାଦ ସାହୁକାର)ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ରୁଷିଆ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ପର୍ଯ୍ୟଟକ ହେଲେ ଋଷିଆର ବ୍ଲାଡ଼ିମିର ବିଦାନୋଭ(୬୨) ବୋଲି। ଗତ ୨୧ ତାରିଖ ଦିନ ଦାରିଙ୍ଗବାଡ଼ି ଠାରୁ ରାୟଗଡ଼ା ଆସିଥିଲେ। ରୁଷିଆର ୪ ଜଣ ପର୍ଯ୍ୟଟକ ସହ ବିଦାନୋଭ ରାୟଗଡ଼ା ଆସିଥିଲେ।

ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ତେବେ ଶବ ବ୍ୟବଚ୍ଛେଦ ହୋଇନଥିବା ଯୋଗୁଁ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ। ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ଏହା ଲୋକଲୋଚନକୁ ଆସିଛି। ଗତକାଲି ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ହୋଟେଲ କର୍ମଚାରୀ ଓ ଗାଇଡ ଆମ୍ବୁଲାନ୍ସ ଡାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ।

ଏଥିସହ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଗାଇଡ କହିଛନ୍ତି। ମୃତ୍ୟୁ ପରେ ତାଙ୍କ ଶବକୁ ମେଡିକାଲ ଶବଗୃହ ପରିସରରେ ରଖାଯାଇଥିବା ସୂଚନା ମିଳିଛି। ଆସନ୍ତାକାଲି ମୃତ ବିଦାନୋଭଙ୍କ ପରିବାର ରାୟଗଡ଼ା ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ

Related posts

ସେମିଲିଗୁଡା ବ୍ଲକ ଠାରେ ଭୀମ ଭୋଇ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Odisha Halchal

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅସାନି’, ପୁରୀଠୁ ୧୦୩୦ କିମି ଦୂରରେ

Odisha Halchal

କମିଶନରେଟ ପୋଲିସ ପଞ୍ଝାରେ ଦୁଇ କୁଖ୍ୟାତ ଲୁଟେରା

Odisha Halchal

Leave a Comment