ଓଡ଼ିଶା ଖବରନ୍ୟୁଜ୍

ସ୍ମଶାନ ଓ ଗୋଚର ଜମିକୁ ଜବରଦଖଲ

ସ୍ମଶାନ ଓ ଗୋଚର ଜମିକୁ ଜବରଦଖଲ

ସ୍ମଶାନ ଓ ଗୋଚର ଜମିକୁ ଜବରଦଖଲ lସୂଚନା ରୁ ପ୍ରକାଶ ଜେ ସାଲେପୁର ତହସିଲ ଅଧୀନସ୍ତ ପିକୋଳ ଗ୍ରାମ ପଞ୍ଚାୟତ ମନୋହରପୁର ଗ୍ରାମର 47ଓ 48 ନମ୍ବର ପ୍ଲଟ ରେ ଥିବା ସ୍ମଶାନ ଓ ତାର ଚତୁପାର୍ଶ୍ୱ ଥିବା ଗୋରୁ ଗାଈଙ୍କ ଚାରା ଭୂଇଁ ଗ୍ରାମର ଏକ ମାତ୍ର ଗୋଚର ଜମିରେ ଜାଣେ ବ୍ୟକ୍ତି ହଳକରି ଜାଗାଟିକୁ ବାଡ଼ବୁଜି ଅବରୋଧ କରିବା ସହ ଏହି ଗୋଚର ର କିଛି ଅଂଶ ଜମି ରେ ନିଜସ୍ୱ ଗୃହ ନିର୍ମାଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l

ଯାହାଫଳରେ କି ମନୋହରପୁର ଗ୍ରାମର ପନ୍ଦରନମ୍ବର ଓ ଷୋଳନମ୍ବର ୱାଡ଼ ର ଲୋକ ମାନେ ନିଜ ପରିବାର ଓ ଆତ୍ମୀୟ ସତଜନ ଙ୍କ ଶବନେଇ ମଶାଣୀ କୁ ଯିବା ପାଇଁ ହେଲେ ଅବରୋଧ କରିଥିବା ବ୍ୟକ୍ତି ଙ୍କ ଅନୁମତି ନେବାକୁ ମଧ୍ୟ୍ୟ ପଡେ l ଯେଉଁଠି ରାଜ୍ୟ ସରକାର ଶବକୁ ସମ୍ମାନ ଦେବାକୁ ଯାଇ ସ୍ମଶାନ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଶାଣି ଗୃହ ନିର୍ମାଣ କରିଛନ୍ତି l ସେଇଠି ଗୋଟିଏ ଅନ୍ୟ ଗ୍ରାମର ଲୋକ ର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ମନୋହରପୁର ଗ୍ରାମରେ ଇହଲୀଳା ସମ୍ବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ଶବ କୁ ବେସମ୍ମାନ କରାଯାଉଥିବା ଗ୍ରାମବାସୀ ମାନେ କରିଛନ୍ତି l

ଏହି ସମସ୍ୟା ଏବେ କର ନୁହେଁ ବରଂ ଦୀର୍ଘ ଦିନର l ଏହି ବିଷୟରେ ଆଗୁରୁ ତହସିଲଦାର ଓ ଜିଲ୍ଲାପାଳ ଙ୍କୁ ଜଣେଇ ଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ l ଏହି ବିଷୟରେ ଆମେ ତହସିଲଦାର ଶିବ ଚରଣ ମଳିକ ଙ୍କ ପ୍ରତିକ୍ରିୟା ନେଇଥିଲୁ ତହସିଲଦାର ମହୋଦୟ ନିଜ ପ୍ରତିକ୍ରିୟା ରେ କହିଲେ ଆମ ପାଖକୁ ଅଭିଯୋଗ ଆସିଛି l ମୁଁ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଅଧିକାରୀ ଙ୍କୁ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ କହିଛି l ରିପୋର୍ଟ ଆସିଲେ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ମଳିକ କହିଛନ୍ତି l

Related posts

ବିଜେଡି ଖାତାରେ ବୌଦ୍ଧ ଏନ୍‌ଏସି, କବ୍‌ଜା କଲା ୧୬ଟି ଆସନ

Odisha Halchal

ଆର୍ଥିକ ବର୍ଷରେ ଭାରତର ଜିଡିପି ଗ୍ରୋଥ ହାର ହ୍ରାସ କଲେ ୱାର୍ଲଡ ବ୍ୟାଙ୍କ

Odisha Halchal

ରଣବୀରଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ ଅମାଣ୍ଡା ସୈର୍ନି

Odisha Halchal

Leave a Comment