ଓଡ଼ିଶା ଖବରନ୍ୟୁଜ୍

ପଞ୍ଚ ବାର୍ଷିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାରୋହ

ପଞ୍ଚ ବାର୍ଷିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାରୋହ

ଜମନକିରା:-(ରିପୋର୍ଟ :-ସତ୍ୟପ୍ରିୟ ମହାପାତ୍ର) ଆଜି ଜମନକିରା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଜମନକିରା ଙ୍କ କାର୍ଯ୍ୟାଳୟ ସମ୍ବୁଖରେ ୧୦ ଟା ବେଳେ ପଞ୍ଚ ବାର୍ଷିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାରୋହ ଉସ୍ୱବ ପାଳିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକକୁ ଶିକ୍ଷକ ଶିକ୍ଷୟତ୍ରୀ ଏହି ସଭାରେ ଯୋଗ ଦେଇଥିବବେଳେ ଶିକ୍ଷାର ବିକାଶରେ ଶିକ୍ଷକ, ପ୍ରଶାସକ ଓ ଶିକ୍ଷକ ସଂଘର ଭୂମିକା ଉପରେ ଆଲୋଚନା ହୋଇଥିଲା।

ଗୋଷ୍ଠୀ ଶିକ୍ଷା ଅଧିକାରୀ ଜମନକିରା ଗୁଣମଣି ପଟେଲଙ୍କ ଅଧ୍ୟକ୍ଷତା ରେ ଆଜି ମୁଖ୍ୟ ଅତିଥି ଭାବରେ ବିକାଶ ଚନ୍ଦ୍ର ପ୍ରଧାନ (ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଉଚ୍ଚ ମାଧ୍ୟମିକ, ସମ୍ବଲପୁର), ମୁଖ୍ୟ ବକ୍ତା ଭାବେ ସୁଦର୍ଶନ ପୂଜାରୀ,ଶିକ୍ଷାବିତ୍ (ପ୍ରାକ୍ତନ ଅଧକ୍ଷ ଅତାବିରା ମହାବିଦ୍ୟାଳୟ ଓ ବରଗଡ ମହାବିଦ୍ୟାଳୟ , ବିଶ୍ଵବିଦ୍ୟାଳୟ ର ପୂର୍ବତନ ସିଣ୍ଡିକେଟ ମେମ୍ବର) ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥିଭାବେ ଡ. ମୁରଲୀଧର ବେହେରା (ଉପଶିକ୍ଷା ଜିଲ୍ଲା ଅଧିକାରୀ ସମ୍ବଲପୁରର), ସୁବୋଦ ଦାସ (ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ), ବିନୟ କୁମାର ସୋଏ ( ଗୋଷ୍ଠୀ ଶିକ୍ଷା ଅଧିକାରୀ ବାମରା), ବିଜୟ ପାତ୍ର (ଗୋଷ୍ଠୀ ଶିକ୍ଷା ଅଧିକାରୀ ନାକଟିଦେଉଳ), ସନ୍ତୋଷ ସାହୁ ( ନୟାଗଡ଼ ସମ୍ପାଦକ), ସୁଦୀପ୍ତ ନାଏକ ( ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଜମନକିରା), ଦେବକୀ ନାୟକ ( ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଜମନକିରା), ନିତାଇ ଚାନ୍ଦ ଭୋଇ (ଶିକ୍ଷକ ପ୍ରଶିକ୍ଷକ ବଲାଙ୍ଗୀର ), ସ୍ୱର୍ଣ୍ଣ ମେକାପ ( ରାଜ୍ୟ ସଭାପତି ମହିଳା ଗୋଷ୍ଠୀ),ରଚନା ସିଂ ( ସଭାପତି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ବଲପୁର) ଓ ପ୍ରଶାନ୍ତ କୁମାର ନାଥ (ସମ୍ପାଦକ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ବଲପୁର) ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଥମେ ଅତିଥି ଗଣଙ୍କୁ ସ୍ୱାଗତ କରାଯାଇ ଦୀପ ପ୍ରଜ୍ବଳନ ପରେ ଶିକ୍ଷକ ଙ୍କ ମଧ୍ୟରେ ଅନୁପସ୍ଥିତ ଥିବା ତଥା ୧୧ ଜଣ ସ୍ବର୍ଗତ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶିକ୍ଷା କ୍ଷେତ୍ରରେ ନୂତନ ବିସ୍ତାର, ଶିକ୍ଷାର ଉନ୍ନତି ଏବଂ ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସଂଘର ଅବଦାନ, ଭୂମିକାକୁ ନେଇ ଆଲୋଚନା କରାଯାଇଥିଲା। ଶେଷରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁରସ୍କାର, ପ୍ରମାଣପତ୍ର ପ୍ରଧାନ କରି ସମ୍ମାନିତ କରାଯିବା ପରେ ସଭା ଭଙ୍ଗ କରାଯାଇଥିଲା।

Related posts

ପ୍ରତିଦିନ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ପାଣି, ମିଳିବ ଏସବୁ ଫାଇଦା

Odisha Halchal

ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ ଙ୍କ କଟୁରୀ ରେ ଆକ୍ରମଣ

Odisha Halchal

କଫା ବଝୋଇ ଘାଡି ଓଳଟି ପଡି ରହିଛି

Odisha Halchal

Leave a Comment