ଓଡ଼ିଶା ଖବରନ୍ୟୁଜ୍

ବେହେରା ଷ୍ଟାଡିୟମରେ ଅନୁଷ୍ଠିତ ମାଆ ବସ୍ତ୍ରାୟନୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ବେହେରା ଷ୍ଟାଡିୟମରେ ଅନୁଷ୍ଠିତ ମାଆ ବସ୍ତ୍ରାୟନୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ନୂଆପଡ଼ା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବଙ୍କାପୁର ଗ୍ରାମର ବୈରାଗୀ ଚରଣ ବେହେରା ଷ୍ଟାଡିୟମରେ ଅନୁଷ୍ଠିତ ମାଆ ବସ୍ତ୍ରାୟନୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ହୋଇଛି କଣ୍ଟାବାଞ୍ଜି ଦଳ। କଣ୍ଟାବାଞ୍ଜି ଦଳ ଟ୍ରାଇବ୍ରେକର ରେ ବଙ୍କାପୁର ଦଳକୁ ପରାସ୍ତ କରିଥିଲା। ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ମାନିତ ଅତିଥି ଭାବରେ ସିଂଦେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା, ସମିତି ସଭ୍ୟ ଦ୍ରୋଣସେନ ବେହେରା, ହେମନ୍ତ ଶବର, ରାଣୀମୁଣ୍ଡା ସରପଞ୍ଚ ତୁକାରାମ ହିଆଲ, ପୂର୍ବତନ ଭୁସଲାଡ଼ ସରପଞ୍ଚ ଯୁବରାଜ ବେହେରା, ସମାଜସେବୀ ରବୀନ୍ଦ୍ର ନାଥ ବେହେରା ଯୋଗଦେଉଥିବା ବେଳେ ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତାରଣୀ ଉତ୍ସବରେ ଅତିଥି ମାନଙ୍କ ଦ୍ୱାରା ଦୁଇ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ।

ବିବତ୍ସ ମାଝୀ ଓ ସାଥି ଖେଳ ପରିଚାଳନା କରିଥିଲେ। ଗତ ଦୁଇ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟକୁ ଖାସବାହାଲ ସରପଞ୍ଚ କୁନୁ ଚରଣ ବେହେରା ଉଦଘାଟନ କରିଥିବା ବେଳେ ଆଠଟି ଦଳ ଭାଗ ନେଇଥିଲେ। ମାଆ ବସ୍ତ୍ରାୟଣି ଫୁଟବଲ୍ କମିଟି ବଙ୍କାପୁରର ସଭାପତି ମନୋଜ ବେହେରା, ସମ୍ପାଦକ ଗୁନବନ୍ତ ବେହେରା, ପ୍ୟାରୀ ମୋହନ ବେହେରାଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିବା ବେଳେ ଉଦ୍ଧବ ବେହେରା ଓ ଦୀନବନ୍ଧୁ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିଲେ।

Related posts

ଖରା ଦିନରେ ପିଅନ୍ତୁ ଥଣ୍ଡା କ୍ଷୀର, ମିଳିବ ଅନେକ ଫାଇଦା

Odisha Halchal

କୁକୁର କାମୁଡା ରେ ଜଣେ ମୃତ 12ଗୁରୁତର

Odisha Halchal

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଝଡ଼ବର୍ଷା ହେବାର ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ

Odisha Halchal

Leave a Comment