ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ଶୀଘ୍ର ଆସିବ 5G: ୪ ଲକ୍ଷ ୩୦ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ

ଶୀଘ୍ର ଆସିବ 5G ୪ ଲକ୍ଷ ୩୦ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ

ଦେଶର ଟେଲିକମ୍ କ୍ଷେତ୍ରରେ ଆସୁଛି ବଡ଼ ବିପ୍ଲବ । ଅନଲାଇନ୍‌ରେ ନିଲାମ ହୋଇଛି 5G ସ୍ପେକ୍ଟ୍ରମ । ୪ ଲକ୍ଷ ୩୦ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ କରାଯାଇଛି । ଅମ୍ବାନୀ ଏବଂ ଅଦାନୀ ସମେତ ଦେଶର ୪ଟି ବଡ ଗ୍ରୁପ ନିଲାମୀରେ ଆଗରେ ରହିଛନ୍ତି। ସକାଳ ୧୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ନିଲାମୀ । ମୋଟ୍ ୭୨ ଗିଗାହର୍ଜ ସ୍ପେକ୍ଟ୍ରମ ନିଲାମ କରାଯାଇଛି ।

ଅଦାନୀ ଡାଟା ନେଟୱର୍କସ, ଅମ୍ବାନିଙ୍କ ରିଲାଏନ୍ସ ଜିଓ, ସୁନିଲ ଭାରତୀ ମିତ୍ତଲଙ୍କ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଏହି ନିଲାମରେ ସାମିଲ ହୋଇଥିଲେ । ଟେଲିକମ୍ ବିଭାଗ ଜାରି କରିଥିବା ଯୋଗ୍ୟତା ପ୍ରାପ୍ତ ତାଲିକା ଅନୁଯାୟୀ ରିଲାଏନ୍ସ ଜିଓ ସର୍ବାଧିକ ୧୪ ହଜାର କୋଟି ଟଙ୍କା ଜମା କରିଛି । ସେହିଭଳି ଭାରତୀ ଏୟାରଟେଲ୍ ୫ ହଜାର ୫ଶହ କୋଟି, ଭୋଡାଫୋନ୍ ଆଇଡିଆ ୨ ହଜାର ୨ଶହ କୋଟି ଏବଂ ଅଦାନୀ ଡାଟା ନେଟୱାର୍କ ୧୦୦ କୋଟି ଟଙ୍କା ଜମା କରିଛି । ନିଲାମ ଦୌଡରେ ସବୁଠୁ ଆଗରେ ରହିଛି ରିଲାଏନ୍ସ ଜିଓ ।

ମନକୁ ଆସୁଥିବ, 5G ଏବଂ 4G ମଧ୍ୟରେ ଫରକ କଣ ?
୧- ବର୍ତ୍ତମାନ ସମୟରେ 4Gର ସର୍ବାଧିକ ସ୍ପିଡ 100 ଏମବିପିଏସ୍‌ ରହୁଥିବା ବେଳେ 4G ତୁଳନାରେ 5G ର ସ୍ପିଡ୍ ୧୦୦ ଗୁଣା ଅଧିକ ହେବ ।
୨- ୪ଜି ନେଟୱାର୍କରେ ସୂଚନା ପହଞ୍ଚିବାକୁ ୫୦ ମିଲି ସେକେଣ୍ଡ ସମୟ ଲାଗୁଥିବା ବେଳେ ୫ଜିରେ ମାତ୍ର ୧ ମିଲି ସେକେଣ୍ଡ ସମୟ ଲାଗିବ ।
୩- ୪ଜି ମାଧ୍ୟମରେ ଗୋଟିଏ ଲୋକେସନରେ ଅନେକ ଡିଭାଇସ୍‌କୁ ଡାଟା ପ୍ରଦାନରେ ସମସ୍ୟା ହେଉଛି। କିନ୍ତୁ ୫ଜିରେ ପ୍ରତି ବର୍ଗ କିଲୋମିଟରରେ ୧୦ ଲକ୍ଷ ଡିଭାଇସକୁ ଡାଟା ପଠାଇବାର କ୍ଷମତା ରଖିଛି ।
୪ – ୪ଜି ଆସିବାର ୧୦ ବର୍ଷ ପରେ ବି ଗ୍ରାମାଞ୍ଚଳରେ ଏବେ ଭଲ ସେବା ଉପଲବ୍ଧ ହୋଇପାରୁନି । ୫ଜି ମଧ୍ୟ ଏଭଳି ଅସୁବିଧାର ସମ୍ମୁଖୀନ ହେବ । ଆମେରିକା ଭଳି ବିକଶିତ ଦେଶରେ ଏବେ ମାତ୍ର ୨୯୬ ସହରରେ ୫ଜି ସୁବିଧା ଉପଲବ୍ଧ ରହିଛି ….

ଯେଉଁ କମ୍ପାନୀ ନିଲାମରେ 5G ସ୍ପେକ୍ଟ୍ରମ୍ ପାଇବ, ସେମାନଙ୍କ ପାଖରେ ୨୦ ବର୍ଷ ପାଇଁ ଅଧିକାର ରହିବ । ନିଲାମ ବିଜେତାଙ୍କ ପାଇଁ ଦେୟ ପ୍ରଦାନ ବ୍ୟବସ୍ଥାକୁ ସହଜ କରାଯାଇଛି। ପ୍ରଥମ ଥର ପାଇଁ ଯେଉଁ ସଂସ୍ଥା ନିଲାମ ପାଇବେ ତୁରନ୍ତ ସେମାନଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ୨୦ଟି ବାର୍ଷିକ କିସ୍ତିରେ ଅର୍ଥ ପ୍ରଦାନ କରିବାକୁ ପଡିବ। ବିଶ୍ବର ଏବେ ୭୨ ଟି ଦେଶରେ ମିଳୁଛି 5G ସେବା । ଚୀନରେ ସବୁଠୁ ଅଧିକ ୩୫୬ଟି ସହରେ 5G ସେବା ସୁବିଧା ରହିଛି । ପ୍ରଶ୍ନ ଉଠୁଛି 5G ସ୍ପେକ୍ଟ୍ରମ୍ ଶସ୍ତା ହେବ ନା ମହଙ୍ଗା । ଆକଳନ ଅନୁଯାୟୀ ପ୍ରଥମେ ଶସ୍ତାରେ ମିଳିପାରେ କିନ୍ତୁ ପରେ ଡାଟାର ଦାମ୍ ବଢିପାରେ ।

Related posts

ବାଲାଟ୍ ପେପରକୁ ଭୁଲ୍ ଭାବେ ଭାଙ୍ଗି ଭୋଟରଙ୍କୁ ଦେଲେ ପୁଲିଂ ଅଫିସର, ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ

Odisha Halchal

ଟ୍ରଲରରୁ କ୍ରେନ ଓହ୍ଲାଉଥିବା ବେଳେ ଦୁର୍ଘଟଣା, ଡ୍ରାଇଭର ଗୁରୁତର

Odisha Halchal

ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

Odisha Halchal

Leave a Comment