ଅପରାଧଓଡ଼ିଶା ଖବରନ୍ୟୁଜ୍

୩ ଦିନ ପରେ ନେଇଥାନ୍ତେ ଅବସର, ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଶିକ୍ଷା ଅଧିକାରୀ

୩ ଦିନ ପରେ ନେଇଥାନ୍ତେ ଅବସର, ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଶିକ୍ଷା ଅଧିକାରୀ

ଚାକିରି ଜୀବନରୁ ଅବସର ନେବାକୁ ଆଉ ୩ ଦିନ ବାକି ଥିଲା। ତା’ ପୂର୍ବରୁ ଲାଞ୍ଚ ନେଇ ଧରା ପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରିଛି।

ପଟ୍ଟମୁଣ୍ଡାଇ ନିମପୁର୍ ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ସଞ୍ଜୀବ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସନ୍ତୋଷ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମ୍ ସଞ୍ଜୀବ ଘରେ ଯୋଜନା ମୁତାବକ ଛକି ରହିଥିଲେ। ଆଜି ତିନିମୁହାଣୀ ଛକ ଏନ୍ଏଚ କଲୋନୀ ସ୍ଥିତ ଭଡ଼ା ଘରେ ସଞ୍ଜୀବ ସନ୍ତୋଷଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଡାତରେ ଧରା ପଡ଼ିଥିଲେ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ତାଙ୍କୁ ଅଟକ ପଚରାଉଚରା କରୁଛି।

ପରେ ଭିଜିଲାନ୍ସ ଟିମ୍ ଶିକ୍ଷା ଅଧିକାରୀଙ୍କ ଭଡ଼ା ଘର ସମେତ କଟକ ସ୍ଥିତ ଘର ଓ ବାଲେଶ୍ୱର ସ୍ଥିତ ପୈତୃକ ଘରେ ଏକ କାଳୀନ ଭିଜିଲାନ୍ସ ଚଢାଉ କରିଥିବା ଜଣାଯାଇଛି। ସଞ୍ଜୀବ ଆଉ ୩ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ।

Related posts

ରାତି ଅଧରେ ସ୍ୱାମୀକୁ ହାଣି ସ୍ତ୍ରୀ ଫେରାର

Odisha Halchal

କୋଇଡାରେ ଚଳିତ ବର୍ଷରେ ଦ୍ଵିତୀୟ ତୁଷାର ପାତ

Odisha Halchal

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ସହ ବୋମାମାଡ

Odisha Halchal

Leave a Comment