ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଭାରତ ଆସିବେ ଜଷ୍ଟିନ୍ ବିବର! ଅକ୍ଟୋବରରେ ଦେବେ ପ୍ରସ୍ତୁତି, ଟିକେଟ୍ ୪୦୦୦ ଟଙ୍କାରୁ ଆରମ୍ଭ

ଭାରତ ଆସିବେ ଜଷ୍ଟିନ୍ ବିବର! ଅକ୍ଟୋବରରେ ଦେବେ ପ୍ରସ୍ତୁତି, ଟିକେଟ୍ ୪୦୦୦ ଟଙ୍କାରୁ ଆରମ୍ଭ

ଗାୟକ ଜଷ୍ଟିନ୍ ବିବରଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର ଆସିଛି । ଜଷ୍ଟିନ୍ ବିବର ବିଶ୍ୱ ଭ୍ରମଣରେ ବାହାରିବେ । ଭାରତରେ ନିଜର ପ୍ରସ୍ତୁତି ଦେବେ । ଆସନ୍ତା ଅକ୍ଟୋବର ମାସରେ ଜଷ୍ଟିନବିବର ଭାରତ ଆସିବାର କାର୍ଯ୍ୟକ୍ରମ ହୋଇଛି । ଏହା ପୂର୍ବରୁ ଜଷ୍ଟିନ ଅନେକ ଥର ନିଜର ଶୋ’ ବାତିଲ କରିଛନ୍ତି ।

କାରଣ ମୁହଁରେ ପାରାଲିସି ହେବାରୁ ସେ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଥିଲେ । ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସାମ୍ନାକୁ ଆସିପାରି ନ ଥିଲେ ।ବିଶ୍ୱ ଭ୍ରମଣ ଅବସରରେ ଜଷ୍ଟିନ୍ ଆସନ୍ତା ଅକ୍ଟୋବର ମାସ ୧୮ ତାରିଖରେ ଭାରତ ଗସ୍ତରେ ଆସିବେ । ସେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ପ୍ରସ୍ତୁତି ଦେବେ ।

ଏହି କନର୍ସଟରେ ସାମିଲ ହେବା ପାଇଁ ଦର୍ଶକଙ୍କୁ ୪୦୦୦ ଟଙ୍କାରୁ ଟିକେଟ ମିଳିଯିବ । ସୋମବାର ଗାୟକ ଉସହର ଗଣମାଧ୍ୟମକୁ କହିଛନ୍ତି ଯେ, କାନାଡାର ପପ୍ ସିଙ୍ଗର ଭଲ କରୁଛନ୍ତି । ଜଣେ କଳାକାର ଭାବେ ତାଙ୍କର ଅଭିଜ୍ଞତା ରହିଛି । ଗତ ମାସ ଠାରୁ ବିବର ସୁସ୍ଥ ହୋଇଯାଇଛନ୍ତି ।

Related posts

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ବଢିଲା ଅଡୁଆ

Odisha Halchal

ଧବଳେଶ୍ୱର ପୀଠରେ ଏବର୍ଷ ହେବନି ଯାତ୍ରା

Odisha Halchal

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ: ଭୋର ୪ଟାରୁ ପହଣ୍ଡି, ୧୨ଟା ୧୫ରେ ଛେରା ପହଁରା

Odisha Halchal

Leave a Comment