ଓଡ଼ିଶା ଖବରନ୍ୟୁଜ୍

ହାତୀ ଭାଙ୍ଗିଲା ଘର, ୨ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ବୈରୀ ଡାଳିଯୋଡ଼ା ବନାଞ୍ଚଳ୍ପ ଅଧୀନସ୍ଥ ଅମିୟଝରୀ ଦେହୁରୀ ସାହିରେ ୨ଟି ହାତୀ ପଶି ଲୋକଙ୍କ ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି କରିଛନ୍ତି।

ସାହିର ଭରତ ଦେହୁରୀଙ୍କ ଛପରଘର ଭାଙ୍ଗି ଦେବାରୁ ଘରେ ଶୋଇଥିବା ସୋଲି ଦେହୁରୀ(୬୦) ଓ ଭରତଙ୍କ ପୁଅ କାର୍ତ୍ତିକ(୧୨) ଗୁରୁତର ଆହତ ହୋଇଥିଲେ।

ଆଜି ସକାଳୁ ବନ କର୍ମଚାରୀ ପହଞ୍ଚି ଦୁଇ ଆହତଙ୍କୁ ଡାକ୍ତରଖାନା ନେଇଥିଲେ। ସୋଲିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଗୁରୁତର କାର୍ତ୍ତିକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି।

Related posts

ଆସନ୍ତା ୩ରୁ ରାଜ୍ୟରେ ପୁଣି ବର୍ଷା

Odisha Halchal

ଶିଶୁ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା

Odisha Halchal

ଟାହିଟାପରା ଉଜାଡ଼ି ଦେଲା ସଂସାର; ସ୍ୱାମୀର ଦଶାହରେ ଆଖି ବୁଜିଲା ସ୍ତ୍ରୀ

Odisha Halchal

Leave a Comment