ଅପରାଧଓଡ଼ିଶା ଖବରନ୍ୟୁଜ୍

ଘର ଗ୍ରୀଲ୍ ତାଡି ଚୋରି, ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଘର ଗ୍ରୀଲ୍ ତାଡି ଚୋରି, ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଘର ଗ୍ରୀଲ୍ ତାଡି ଚୋରୀ । ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ନିକଟ କଲେଜ ରାସ୍ତାରେ ଥିବା ମନୋଜ ମଣ୍ଡଳଙ୍କ ଘରୁ ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ ହଜାର ଟଙ୍କା ଚୋରି କରି ନେଇଛନ୍ତି ।ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ମନୋଜଙ୍କ ପରିବାର ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ବଖରାର କବାଟ ଖୋଲି ନଥିଲା ।

ପରେ ଘର ଝରକା ଗ୍ରୀଲ୍ ଭଙ୍ଗା ଯାଇଥିବା ମନୋଜ ଦେଖିଥିଲେ । ଘରେ ଥିବା ଆଲମାରୀରେ ଥିବା ୮୦ଗ୍ରାମ ସୁନା, ୫୮ ହଜାର ଟଙ୍କା ଚୋରି ହୋଇଥିଲା । ଝରକା ଗ୍ରୀଲ୍ ତାଡି ଚୋରମାନେ ଗ୍ରୀଲ୍ କୁ ଫିଙ୍ଗିଦେଇଛନ୍ତି । ଘଟଣାରେ ଏକ ଗ୍ୟାଙ୍ଗ ସଂପୃକ୍ତି ଥିବା ଅନୁମାନ କରୁଛି ପୋଲିସ ।

ବାଲିଅନ୍ତା ପୋଲିସ ଏବଂ ବାଳକାଟି ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି । ଘରେ ଲଗାଯାଇଥିବା ସିସିଟିଭିରୁ ଚୋର ସମ୍ପର୍କରେ ଟେର୍ ପାଇବା ପାଇଁ ପୋଲିସ ଚେଷ୍ଟା କରୁଛି । ଫାଣ୍ଡି ପାଖ ଅଞ୍ଚଳରୁ ଏଭଳି ଚୋରିକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

Related posts

ମନମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଥମ ଗ୍ରାମସଭା

Odisha Halchal

ମହିଳାଙ୍କ ପ୍ରଶ୍ନରେ ରାଗିଯାଇ ଦୁର୍ବ୍ୟବହାର କଲେ ତହସିଲ୍‌ଦାର୍‌, ଭିଡିଓ ଭାଇରାଲ୍‌

Odisha Halchal

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ

Odisha Halchal

Leave a Comment