ଅପରାଧଓଡ଼ିଶା ଖବରନ୍ୟୁଜ୍

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରୁ ୪ ବନ୍ୟଜନ୍ତୁ ଶିକାରୀ ଗିରଫ । ଗୁରୁବାର ରାତିରେ ବନବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ୪ ଜଣ ଶିକାରୀଙ୍କୁ ଗିରଫ କରିଥିଲା ।

ଶିକାରୀଙ୍କ ନିକଟରୁ ୧୨ କେଜି ହରିଣ ମାଂସ, ୩ଟି ବନ୍ଧୁକ ସହିତ ଗୋଟିଏ ବାଇକ୍ ଜବତ କରିଛି ବନ ବିଭାଗ ।ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ କେନ୍ଦୁମୁଣ୍ଡି ରେଞ୍ଜ ଅଧୀନରେ ଥିବା ଡବ୍ଲୁଡି ୮ ଏବଂ ଡବ୍ଲୁଡି ୧୦ରୁ ଏମାନଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତମାନେ ହେଲେ କରଞ୍ଜିଆ ବ୍ଲକ୍ ପାହାଡପୁର, ରାମଯୋଡ଼ି ଓ ବୁରୁଡ଼ିହି ଗାଁର ବାସୁଦେବ ନାୟକ, ସୁଦର୍ଶନ ନାୟକ, ଚକ୍ରଧର ଗାଗରାଇ ଓ କେରସେ ସିଂ ଖୁଣ୍ଟିଆ । ଏମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

Related posts

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ବଞ୍ଚିବା ପାଇଁ ସଂଗ୍ରାମ

Odisha Halchal

WEO ପରୀକ୍ଷା ରୁ ବଂଚିତ ଉପାନ୍ତ ଜିଲ୍ଲାର ପିଲା, ଗଣମାଧ୍ୟମ କୁ ଠେଲାପେଲା

Odisha Halchal

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

Odisha Halchal

Leave a Comment