ଅପରାଧଓଡ଼ିଶା ଖବରନ୍ୟୁଜ୍

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରୁ ୪ ବନ୍ୟଜନ୍ତୁ ଶିକାରୀ ଗିରଫ । ଗୁରୁବାର ରାତିରେ ବନବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ୪ ଜଣ ଶିକାରୀଙ୍କୁ ଗିରଫ କରିଥିଲା ।

ଶିକାରୀଙ୍କ ନିକଟରୁ ୧୨ କେଜି ହରିଣ ମାଂସ, ୩ଟି ବନ୍ଧୁକ ସହିତ ଗୋଟିଏ ବାଇକ୍ ଜବତ କରିଛି ବନ ବିଭାଗ ।ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ କେନ୍ଦୁମୁଣ୍ଡି ରେଞ୍ଜ ଅଧୀନରେ ଥିବା ଡବ୍ଲୁଡି ୮ ଏବଂ ଡବ୍ଲୁଡି ୧୦ରୁ ଏମାନଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତମାନେ ହେଲେ କରଞ୍ଜିଆ ବ୍ଲକ୍ ପାହାଡପୁର, ରାମଯୋଡ଼ି ଓ ବୁରୁଡ଼ିହି ଗାଁର ବାସୁଦେବ ନାୟକ, ସୁଦର୍ଶନ ନାୟକ, ଚକ୍ରଧର ଗାଗରାଇ ଓ କେରସେ ସିଂ ଖୁଣ୍ଟିଆ । ଏମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

Related posts

ଗ୍ୟାଲେକ୍ସି ସିନେମା ହଲକୁ ସିଲ୍ କରିଦେଲେ ଜିଲ୍ଲା ପ୍ରଶାସନ

Odisha Halchal

ମହିଳାଙ୍କୁ ଗୁଳି କରି ୮୦ ହଜାର ଟଙ୍କା ଲୁଟ୍‌,ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

Odisha Halchal

ଜନ୍ମେଜୟ ସାହୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସାଧାରଣ ସମ୍ପାଦକ (ଓବିସି) ଭାବେ ମନୋନୀତ

Odisha Halchal

Leave a Comment