ଓଡ଼ିଶା ଖବରନ୍ୟୁଜ୍

ଘାଟିରେ ପିକଅପ୍ ଭ୍ୟାନ୍ ଓଲଟି ୨୦ ଜଣ ଆହତ

ଘାଟିରେ ପିକଅପ୍ ଭ୍ୟାନ୍ ଓଲଟି ୨୦ ଜଣ ଆହତ

ମାଲକାନଗିରି:-୧୦/୦୫/୨୦୨୨(ରିପୋର୍ଟ, ସହଦେବ ପାଙ୍ଗି) ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଅଣ୍ଡ୍ରାପଲ୍ଲି ଘାଟିରେ ପିକଅପ୍ ଭ୍ୟାନ୍ ଓଲଟି ୨୦ ଜଣ ଆହତ। ଆହତଙ୍କୁ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ବରଯାତ୍ରୀ ଗାଡି ସୂଚନା ମୁତାବକ, ତାର୍ଲକୋଟା ପଞ୍ଚାୟତ ରୁ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ସୀଙ୍ଗୋଇ ଗାଁରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ମହିଳା ଓ ପୁରୁଷ ମିଶି ୩୫ ଜଣ ଓରାପଦର ଲଞ୍ଚ ଘାଟ ଠାରେ ଲଞ୍ଚ ଯୋଗେ ପହଞ୍ଚି ଥିଲେ ।

ସେଠାରେ ପୂର୍ବରୁ ସିଙ୍ଗୋଇ ଗାଁ ରୁ ଏକ ପିକ୍ ଭ୍ୟାନ ଅପେକ୍ଷା କରିଥିଲା । ସେହି ପିକ୍ ଭ୍ୟାନ ରେ ୩୫ ଜଣ ଶୀଙ୍ଗୋଇ ଗାଁ କୁ ଯିବା ସମୟେ, ଭ୍ୟାନ ଟି ଭାରସାମ୍ୟ ହରାଇ ଅଣ୍ଡ୍ରାପାଲ୍ଲି ଘାଟିରେ ଓଲଟି ପଡିଥିଲା । ଘଟଣା ସ୍ଥଳେ ଦୁର୍ଘଟଣା ରେ ଆହତ ହୋଇଥିବା ସମସ୍ତଙ୍କୁ ସ୍ବାଭିମାନ ଅଞ୍ଚଳର ସ୍ଥାନୀୟ ବି ଏସ ଏଫ୍ ଓ ପୋଲିସ ଅଧିକାରୀ ଚଂଦ୍ରକାନ୍ତି ତାଣ୍ଡି ଓ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ର ପୂର୍ବତନ ଥାନା ଅଧିକାରୀ ଅନିଲ ପରିଡା ଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ରେ ଅଣାଯାଇ ଥିଲା।

ସେଠାରେ ପ୍ରାଥମିକ ଚିକିତ୍ସା ପରେ, ଗୁରୁତ୍ୱର ଅବସ୍ଥାରେ ଥିବା ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଛି। ଅନ୍ୟ ଆହତ ଙ୍କ ଅବସ୍ଥା ପୂର୍ବ ଅପେକ୍ଷା ବର୍ତ୍ତମାନ ନିୟନ୍ତ୍ରଣ ରହିଛି ।

Related posts

ଦିବ୍ୟାଙ୍ଗ ପୁଅର ଆଶା ବାଡ଼ି ସାଜିଛନ୍ତି ବାପା

Odisha Halchal

ତିର୍ତ୍ତୋଲ ବିଧାୟକଙ୍କ ପୁଣି ବଢ଼ିଲା ଅଡୁଆ

Odisha Halchal

ସୁପ୍ରିମକୋର୍ଟରେ ନୋଟ୍ ବନ୍ଦୀ ମାମଲାରେ ଶୁଣାଣି

Odisha Halchal

Leave a Comment