ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଲ ମଝିରେ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା

ବିଲ ମଝିରେ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା

ଅନ୍ଧାର ରାତିରେ ବିଲ ମଝିରେ  ମହିଳାଙ୍କୁ ବୀଭତ୍ସ ହତ୍ୟା । ଗତକାଲି ରାତିରେ ଶୌଚ ପାଇଁ ଯାଇଥିବା ମହିଳାଜଣକ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ପାଇଥିଲେ। ଏପରି ଅଭାବନୀୟ ଘଟଣା ଗତ ରାତିରେ ବଲାଙ୍ଗିର ସହର ଲର୍କିପାଲିଠାରେ ଘଟିଥିବା ବେଳେ ମୃତା ମହିଳାଜଣକ ହେଉଛନ୍ତି ଅଞ୍ଜନା ପଟେଲ ।

ଗତକାଲି ରାତି ପ୍ରାୟ ୯ ଟାରେ ୪୫ ବର୍ଷୀୟା ଅଞ୍ଜନା ଶୌଚ ପାଇଁ ନିଜ ଘରଠୁ ୨୦୦ ମିଟର ଦୂର ଏକ ବିଲକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ । ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ବିଲ ଭିତରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ ।

ଏ ନେଇ ପରିବାର ଲୋକେ ଟାଉନ ଥାନାରେ ରାତି ପ୍ରାୟ ୧୨ଟାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ରାତିରେ ଶବ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ମର୍ଗର ଭିତରେ ରଖିଛି ।

ଆଜି ସକାଳୁ ସକାଳୁ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳକୁ ଯାଇ ଛାନଭିନ୍‌ କରିଛି । ହତ୍ୟାକାଣ୍ଡ ଘଟିଥିବା ଘଟଣାସ୍ଥଳରେ କିଛି ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି। କିଛି ଲୋକ ବିଲ ମଝିରେ ମଦ ପିଉଥିବା ସମୟରେ ମହିଳାଙ୍କୁ ଦେଖି ଦୁଷ୍କର୍ମ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ମହିଳାଜଣକ ଏହାର ପ୍ରତିବାଦ କରିବାକୁ ସେମାନେ ତାଙ୍କୁ ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି।

ଟାଉନ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାରୀ କିଏ ଏବଂ କେତେଜଣ ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଅଞ୍ଜନାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ତାଙ୍କ ମୃତ୍ୟୁ ପରେ ତାଙ୍କ ପିଲାମାନେ ଅନାଥ ହୋଇଯାଇଛନ୍ତି।

Related posts

ଆଜି ପବିତ୍ର ମହାଶିବରାତ୍ରି; କରନ୍ତୁ ନାହିଁ ଏହି ୬ଟି କାମ, ଶିବଲିଙ୍ଗ ଉପରେ ଚଢ଼ାନ୍ତୁନି ଏହି ଜିନିଷ

Odisha Halchal

ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କା

Odisha Halchal

ରେଳଯାତ୍ରା ବେଳେ ଏମିତି ଭୁଲ୍ କଲେ ଯିବାକୁ ପଡିବ ଜେଲ୍

Odisha Halchal

Leave a Comment