ଓଡ଼ିଶା ଖବରନ୍ୟୁଜ୍

ଅଧା ରହିଲା ମା’ ତାରିଣୀ ଦର୍ଶନ,ଗଛରେ ପିଟି ହେଲା କାର୍‌

ଅଧା ରହିଲା ମା’ ତାରିଣୀ ଦର୍ଶନ,ଗଛରେ ପିଟି ହେଲା କାର୍‌

ଅନୁଗୋଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥ ଝିମିରିପାଲି ଛକରେ ଏକ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ୬ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ନଅ ବର୍ଷର ପିଲା ସହିତ ଦୁଇ ଜଣ ମହିଳା ଓ ତିନିଜଣ ପୁରୁଷ ଅଛନ୍ତି।

ଆଜି ସକାଳେ ଫୁଲବାଣୀରୁ ଏକ ପରିବାର କାର୍‌ ଯୋଗେ ଘଟଗାଁ ମା’ ତାରୀଣିଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ। ଝିମିରିପାଲି ଛକ ନିକଟରେ କାର୍‌ର ଆଗ ଚକ ହଠାତ୍ ଫାଟିଯାଇଥିଲା। ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା।

ପାଲଲହଡ଼ା ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କାର୍‌ରେ ଡ୍ରାଇଭର ସମେତ ୬ ଜଣ ଥିଲେ। ପୁଲିସ କାର୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Related posts

FY୨୩ର ଆର୍ଥିକ ବିକାଶ ଅନୁମାନକୁ ସଂଶୋଧନ କଲା ଏସବିଆଇ, ଜିଡିପି ଗ୍ରୋଥ ୭.୫% ରହିବା ସମ୍ଭାବନା

Odisha Halchal

ଭାଇରାଲ ହେଉଛି ଅଡିଓ- ସବୁବେଳେ କାହିଁକି ରାଗୁଛୁ, SORRY, LOVE YOU

Odisha Halchal

ବନ୍ଦ ଘରେ ନାବାଳିକାଙ୍କୁ ନିର୍ଯାତନା

Odisha Halchal

Leave a Comment