ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣରେ କାର୍ଯ୍ୟାନୁଷ୍ଠାନ, ୨୨ଟି ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍‌

ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ପରିବେଶଷ କରୁଥିବା ୟୁ ଟ୍ୟୁବ ଚ୍ୟାନେଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୨୨ଟି ୟୁ ଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି କେନ୍ଦ୍ର ସୂଚନା ମନ୍ତ୍ରାଳୟ । ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ନୀତି ଏବଂ ସରକାର ନିର୍ଦ୍ଦେଶନାମା ସମ୍ପନ୍ଧୀୟ ବିଭ୍ରାନ୍ତୀକର ଖବର ପ୍ରସାରଣ ନେଇ ଏଭଳି ପଦକ୍ଷେପ ନିଆଯାଇଛି ।

ଭାରତ ସରକାରଙ୍କ ଆଇଟି ରୁଲ ୨୦୨୧ ଅଧିନରେ ପ୍ରଥମ ଥର ପାଇଁ ୧୮ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରାଯାଇଛି । ଏହାସହିତ ପାକିସ୍ତାନର ୪ଟି ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ବ୍ୟାନ୍ କରାଯାଇଛି ।

ଟିଭି ନ୍ୟୁଜ୍ ଚ୍ୟାନେଲର ଲୋଗୋ ଏବଂ ଥମ୍ବନେଲ ବ୍ୟବହାର କରୁଥିଲେ। ଏହା ସହ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭାରତୀୟ ସଶସ୍ତ୍ର ବାହିନୀ, ଜମ୍ମୁ-କଶ୍ମୀର ଭଳି ବିଭିନ୍ନ ଭାରତ ବିରୋଧୀ ମିଥ୍ୟା ଖବର ପୋଷ୍ଟ କରୁଥିଲେ। ଅନ୍ୟ ଦେଶ ସହ ସଂପର୍କ ତିକ୍ତ କରିବା ପାଇଁ ବ୍ଲକ ହୋଇଥିବା ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସହ ଜଡ଼ିତ ମିଥ୍ୟା ଖବର ଦେଖାଯାଉଥିଲେ।

Related posts

ଆଇପିଏଲ ୨୦୨୨ : ଏକାଠି ଅଭ୍ୟାସ କଲେ ଧୋନୀ-କୋହଲି, ଫଟୋ ଭାଇରାଲ

Odisha Halchal

ହାତୀ ଭାଙ୍ଗିଲା ଘର, ୨ ଗୁରୁତର

Odisha Halchal

ନବରଙ୍ଗପୁର ଜିଲ୍ଲା ରେ S ଶୁଶ୍ରୀ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗଦାନ ଓ ଦାଇତ୍ୱ ଗ୍ରହଣ

Odisha Halchal

Leave a Comment