ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଅର ନିଶା ଛଡ଼ାଇ ଦେବେ କହି ହତ୍ୟା

ନିଶାଗ୍ରସ୍ତ ପୁଅର ନିଶା ଛଡ଼ାଇଦେବେ। ଏପରିକି ଭଲ କରି ପୁଣି ଥରେ ଘରକୁ ଫେରାଇ ଆଣିବେ। ବାପାମା’ଙ୍କ ମନରେ ଏପରି ବିଶ୍ୱାସ ଜନ୍ମାଇ ଆଖି ଆଗରୁ ପୁଅକୁ ନେଇଗଲେ ୨ ଯୁବକ । ଏହାପରେ ଆଉ ପୁଅର ପତ୍ତା ପାଇପାରୁ ନ ଥିବା ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଶେଷରେ ମିଳିଲା ପୁଅର ମୃତ୍ୟୁର ଖବର।
ପୁଅକୁ ହତ୍ୟା କରି ଟାୟାର ସାହାଯ୍ୟରେ ନିଆଁ ଲଗାଇ ପୋଡ଼ି ଦିଆଯାଇଥିବା ବେଳେ ପୋଡ଼ା ମୃତଦେହକୁ ଜବତ କରିଛି ପୁଲିସ୍‌। ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଞ୍ଚଳରେ ଘଟିଛି। ମୃତକ ହେଲେ ଟାଉନ ଥାନା ରାଙ୍କି ଗାଁ ର ସତ୍ୟବ୍ରତ ସ୍ୱାଇଁ ଙ୍କ ୨୨ବର୍ଷ ର ପୁଅ ଆଦିତ୍ୟ ନାରାୟଣ ସ୍ୱାଇଁ ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଆଦିତ୍ୟ କୁସଙ୍ଗରେ ପଡି ଅଧିକାଂଶ ସମୟରେ ନିଶା ସେବନ କରେ । ଯଶୀପୁରସ୍ଥିତ ନିଶା ନିବାରଣ କେନ୍ଦ୍ରକୁ ନେଲେ ସେଠାରେ ପୁଅ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇଯିବ ବୋଲି ସହରର ବବଲୁ ପାଢ଼ୀ ଓ ସ୍ୱରୂପ ନାମକ ଦୁଇ ଜଣ ଯୁବକ ସତ୍ୟବ୍ରତଙ୍କୁ କହିଥିଲେ। ସତ୍ୟବ୍ରତ ସେମାନଙ୍କ କଥାକୁ ବିଶ୍ୱାସ କରି ପୁଅକୁ ଛାଡ଼ିଥିଲେ। ଏହାପରେ ସେମାନେ ଗତ ୨୨ ତାରିଖରେ ବବଲୁ ଓ ସ୍ୱରୂପ ଏକ ଜିପ୍‌ରେ ଆଦିତ୍ୟଙ୍କୁ ତାଙ୍କ ଘରୁ ନେଇଥିଲେ ।
ବାଟରେ ଆଦିତ୍ୟଙ୍କର ବବଲୁ ଓ ସ୍ୱରୂପଙ୍କ ସହ ପ୍ରବଳ ଝଗଡ଼ା ହୋଇଥିଲା। ଏହାପରେ ଉଭୟ ବବଲୁ ଓ ସ୍ୱରୂପ ତାଙ୍କୁ ପ୍ରବଳ ମାଡ ମାରି ମାରି ହତ୍ୟା କରିଥିବା ଜଣାଯାଇଛି। ହତ୍ୟା ଘଟଣାକୁ ଲୁଚାଇବା ପାଇଁ ବବୁଲୁ ଓ ସ୍ୱରପ ମୃତଦେହକୁ ନେଇ ଯଶିପୁରର ଏକ ଜଙ୍ଗଲରେ ଟାୟାର ଜାଳି ପୋଡି ଦେଇଥିଲେ । ଯଶିପୁର ପୁଲିସ୍‌ ପୋଡା ମୃତଦେହକୁ ନେଇ ତଦନ୍ତ କରୁଥିବା ବେଳେ ପରିଚୟ ପାଇପାରି ନ ଥିଲା।

ଅପରପକ୍ଷେ, ଆଦିତ୍ୟଙ୍କ ପରିବାର ଲୋକ ପୁଅର ନିଖୋଜ ନେଇ ଗତ ୨୭ ତାରିଖରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ ଗତକାଲି ଯଶିପୁର ପୁଲିସ୍‌ ସହ ଟାଉନ ଥାନା ପୁଲିସ୍‌ ଯୋଗାଯୋଗ କରି ଉକ୍ତ ମୃତଦେହ ସମ୍ପର୍କରେ ସୂଚନା ଦେଇଥିବା ବେଳେ ତାହା ଆଦିତ୍ୟଙ୍କର ହୋଇଥାଇପାରେ ବୋଲି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

ସେଠାରେ ମିଳିଥିବା ପୋଡା ମୃତ ଦେହର ଅଂଶ ଓ କେନ୍ଦୁଝର ଟାଉନ ରେ ଥିବା ମିସିଂ କେଶ କୁ ତଦନ୍ତ ଚଳାଇଛନ୍ତି ଯଶିପୁର ପୁଲିସ୍‌ । ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଉଠାଇ ନେଇଛି । ଆଦିତ୍ୟଙ୍କ ପରିବାର ଲୋକ ଆଜି ଯଶୀପୁରରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ଟାଉନ ଥାନା ଅଧିକାରୀ କହିଛନ୍ତି।

Related posts

ତିନି ଦିନିଆ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ

Odisha Halchal

ଅତୁନୁ ସବ୍ୟସାଚୀଙ୍କ ଦିନିକିଆ ଗସ୍ତ

Odisha Halchal

ଚିନିକଳ ନିର୍ଦ୍ଧେଶିକା ରୂପେ ବେଲଗୁଣ୍ଠା ରୁ ସରୋଜିନୀ

Odisha Halchal

Leave a Comment