ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଘରୁ ଡାକି ଯୁବକଙ୍କୁ ଛୁରାମାଡ଼

ଘରୁ ଡାକି ଯୁବକଙ୍କୁ ଛୁରାମାଡ଼

ଯୁବକଙ୍କୁ ଛୁରା ମାଡ଼ କରି ଛୁ ମାରିଲେ ଅଭିଯୁକ୍ତ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ସହର ଗଣେଶ ଭବନ ଲଜ୍ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଞ୍ଚଳର ନାଜିମ୍ ସେକ୍। ସେ ଏକ ଠିକା ସଂସ୍ଥାରେ କାମ କରୁଥିଲେ।
ଅଭିଯୋଗ ଅନୁସାରେ, ନାଜିମ୍ ସାନଭାଇ ଓ ସହକର୍ମୀଙ୍କ ସହ ଗଣେଶ ଭବନ ଲଜ୍‌ରେ ରହୁଥିଲେ।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦୁଇ ଜଣ ଯୁବକ ନାଜିମ୍ କୁ ଫୋନ୍‌ କରି ଲଜ୍‌ ବାହାରକୁ ଆସିବାକୁ କହିଥିଲେ। ନାଜିମ୍ ଲଜ୍ ବାହାରକୁ ଆସିବା ପରେ ଅଜ୍ଞାତ ଯୁବକମାନେ ତାଙ୍କୁ ଛୁରାମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ। ନାଜିମଙ୍କୁ ତାଙ୍କ ସାନଭାଇ ଓ ସହକର୍ମୀମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ନାଜିମଙ୍କ ସାନ ଭାଇ ଥାନାରେ ଅଭିଯୋଗ କରିଛନ୍ତି।

ଯୁବକମାନେ କାହିଁକି ନାଜିମଙ୍କୁ ଛୁରାମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related posts

ହଜିବାକୁ ବସିଲେଣି ବାଉଁଶ କାରିଗର

Odisha Halchal

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

Odisha Halchal

୬୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

Odisha Halchal

Leave a Comment