ଓଡ଼ିଶା ଖବରନ୍ୟୁଜ୍

ଯାଜପୁରରେ ବିଜେଡିର କ୍ଲିନ୍‌ ସ୍ୱିପ୍‌, ହାତେଇଲା ସମସ୍ତ ୧୮ ଓ୍ୱାର୍ଡ

ଯାଜପୁରରେ ବିଜେଡିର କ୍ଲିନ୍‌ ସ୍ୱିପ୍‌, ହାତେଇଲା ସମସ୍ତ ୧୮ ଓ୍ୱାର୍ଡ

ଯାଜପୁର ପୌର ପାଳିକାକୁ ବିଜୁ ଜନତା ଦଳ କବଜା କରିଛି । ପୌର ପାଳିକାରେ ମୋଟ ୧୮ ଟି ୱାର୍ଡ ସହିତ ପୌରାଧକ୍ଷ ଆସନକୁ ହାତେଉଛି ଶାସକ ବିଜେଡି। ପୌରାଧକ୍ଷ ଭାବେ ରଞ୍ଜୁଲତା ହୋତା ୧୬ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ଦଳ ପକ୍ଷରୁ ବିଜୟ ପର୍ବ ପାଳନ କରାଯାଇଛି। ଦଳୀୟ ପ୍ରାର୍ଥୀ ମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ଵଛ ଶାସନ ଏବଂ ବିଧାୟକଙ୍କ ବିକାଶମୂଳକ କାର୍ଯ୍ୟ ସଫଳତା ମିଳିଛି ବୋଲି ପୌରାଧକ୍ଷା କହିଛନ୍ତି।

ଖବର ଅନୁଯାୟୀ, ଯାଜପୁର ପୌରପାଳିକା ବିଜେଡ଼ିର ବିଜୟୀ କାଉନସିଲରଙ୍କ ମଧ୍ୟରେ ୧ ନମ୍ବର ଓ୍ୱାର୍ଡରୁ ସରିତା ଖୁଣ୍ଟିଆ, ୨ ନମ୍ବର ଓ୍ୱାର୍ଡରୁ ରିନାବାଳା ସାମନ୍ତ, ନମ୍ବର ଓ୍ୱାର୍ଡରୁ ସନ୍ତୋଷ କୁମାର ମଲ୍ଲିକ, ୪ ନମ୍ବର ଓ୍ୱାର୍ଡରୁ ମାମିନା ତରାଇ, ୫ ନମ୍ବର ଓ୍ୱାର୍ଡରୁ ରାଜକିଶୋର ମହାନ୍ତି, ୬ ନମ୍ବର ଓ୍ୱାର୍ଡରୁ ମାନଗୋବିନ୍ଦ ପତି, ୭ ନମ୍ବର ଓ୍ୱାର୍ଡରୁ ରୀନା ବେହେରା, ୮ ନମ୍ବର ଓ୍ୱାର୍ଡରୁ ସେକ ମୂର୍ତ୍ତାଜା, ୯ ନମ୍ବର ଓ୍ୱାର୍ଡରୁ ରବୀନ୍ଦ୍ରନାଥ ସାହୁ, ୧୦ ନମ୍ବର ଓ୍ୱାର୍ଡରୁ ମିନାକ୍ଷୀ ନନ୍ଦ, ୧୧ ନମ୍ବର ଓ୍ୱାର୍ଡରୁ ହେମଙ୍ଗିନୀ ମହାନ୍ତି ଦାସ, ୧୨ ନମ୍ବର ଓ୍ୱାର୍ଡରୁ ରାଜୀବ କୁମାର ବେହେରା , ୧୩ ନମ୍ବର ଓ୍ୱାର୍ଡରୁ ଜିତେନ୍ଦ୍ର ସାହୁ, ୧୪ ନମ୍ବର ଓ୍ୱାର୍ଡରୁ ତିଳୋତ୍ତମା ରାୟ, ୧୫ ନମ୍ବର ଓ୍ୱାର୍ଡରୁ ସୁଭାସିଷ ରାଉତ, ୧୬ ନମ୍ବର ଓ୍ୱାର୍ଡରୁ ପାତିଆ ଦେହୁରୀ, ୧୭ ନମ୍ବର ଓ୍ୱାର୍ଡରୁ ତିଳୋତ୍ତମା ସାହୁ, ୧୮ ନମ୍ବର ଓ୍ୱାର୍ଡରୁ ସୁରେନ୍ଦ୍ର ରଣା ରହିଛନ୍ତି ।

Related posts

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ,କୋହଳ ହେଲା ନିୟମ

Odisha Halchal

ନାବାଳକଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ତିନି ଅଭିଯୁକ୍ତ ଅଟକ

Odisha Halchal

ଧରାପଡିଲେ ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ଥିବା ନାବାଳକ ସହ ୫ଜଣଙ୍କୁ ବାନ୍ଧିଲା ପୋଲିସ

Odisha Halchal

Leave a Comment