ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରବ୍ୟବସାୟ

ଆଜି ପୁଣି ଝଟ୍‌କା: ସପ୍ତାହରେ ୩ ଥର ବଢ଼ିଲା ପେଟ୍ରୋଲ ଦର

ତେଲ ଦର ପୁଣି ବଢିଲା ।  ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଶୁକ୍ରବାର ତୃତୀୟ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଥିବା ବେଳେ ଲିଟର ପିଛା ୭୬ରୁ ୮୫ ପଇସା ଲେଖାଏଁ ବଢ଼ିଛି। ଫଳରେ ତିନି ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୨ଟଙ୍କା ୪୦ରୁ ୭୫ ପଇସା ପର୍ଯ୍ୟନ୍ତ  ମହଙ୍ଗା ହୋଇଛି।

ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା। ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ବଲ୍କ ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ।

ଏନଡି ଟିଭିର ରିପୋର୍ଟ ଅନୁସାରେ, ମୂଲ୍ୟ ବୃଦ୍ଧି ପରେ ଓଡିଶାରେ ପେଟ୍ରୋଲ ଦର ୧୦୪ ଟଙ୍କା ୩୬ ପଇସା ଥିବା ବେଳେ ଡିଜେଲ ୯୪ ଟଙ୍କା ୧୭ ପଇସା ରହିଛି । ସେହିପରି  ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ଶୁକ୍ରବାର ୯୭ଟଙ୍କା ୮୧ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୯ଟଙ୍କା ୦୭ ପଇସା ଦରରେ ବିକ୍ରି ହେଉଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଲିଟରପିଛା ଦର ୧୧୨ଟଙ୍କା ୫୧ ପଇସାକୁ ପହଞ୍ଚିଥିବା ବେଳେ ଡିଜେଲ ୯୬ଟଙ୍କା ୭୦ ପଇସା ଦରରେ କାରବାର ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୧୮ ପଇସା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୨ ଟଙ୍କା ୨୨ ପଇସା ଦରରେ ବିକ୍ରି ହେଉଛି।

Related posts

ଆଇଆଇସିଙ୍କୁ ଖାତକୁ ଠେଲିଦେଲେ, ୬୦ ଜଣଙ୍କ ନାମରେ ମାମଲା

Odisha Halchal

ଭଲ ରୋଜଗାର ଲୋଭରେ ଫସିଯାଉଛନ୍ତି ଅନେକ ଯୁବତୀ !

Odisha Halchal

ସରକାରୀ ସହାୟତା ଅପେକ୍ଷାରେ ଶଯ୍ୟାଶାୟୀ ଭିନ୍ନକ୍ଷମ

Odisha Halchal

Leave a Comment