ମହିଳାଙ୍କୁ ଗୁଳି କରି ୮୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘରୋଇ ଫାଇନାନ୍ସ କମ୍ପାନୀର ଜଣେ ମହିଳାଙ୍କୁ ଗୁଳିମାଡ଼ କରି ଲୁଟ୍ କରି ଥିବା ଅଭିଯୋଗ ହୋଇଛି ।
ଖୋର୍ଦ୍ଧା ବେଗୁନିଆ ଥାନା ଧାନଘର ନୂଆଗାଁ ନିକଟରେ ତିନି ଜଣ ଦୃବୁର୍ତ୍ତ ଗୁଳି ମାଡ଼ କରି ଲୁଟ୍ କରିଛନ୍ତି । ମହିଳାଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟପର୍ଣ୍ଣ ହୋଇପଡ଼ିଛି ।
ଯାହାଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ୱରକୁ ସ୍ଥାନାନ୍ତରଣ କରାଯାଇଛି । ଦିନକୁ ଦିନ ରାଜ୍ୟରେ ଲୁଟ୍ କାରବାର ବଢୁଥିବା ବେଳେ ଦିନ ଦି’ପହରରେ ଲୁଟେରା ପୋଲିସ୍ କୁ ଚ୍ୟାଲେଞ୍ଜ କରି ଏପରି କାର୍ଯ୍ୟ କରୁଛନ୍ତି ।
ଯାହାଫଳରେ ସାଧାରଣ ରେ ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଉଛି ।