ନ୍ୟୁଜ୍ବ୍ୟବସାୟ

ହଲ୍‌ମାର୍କ ହୋଇନଥିବା ଗହଣା ପରୀକ୍ଷା କରିହେବ

ହଲ୍‌ମାର୍କ ହୋଇନଥିବା ଗହଣା ପରୀକ୍ଷା କରିହେବ

ହଲମାର୍କ ହୋଇନଥିବା ଗହଣା ପାଖରେ ରଖିଥିବା ଗ୍ରାହକମାନେ ତାହାକୁ ନିକଟସ୍ଥ ଆସେଇଙ୍ଗ୍‌ ଓ ହଲମାର୍କିଂ ସେଣ୍ଟର୍‌ରେ ପରୀକ୍ଷା କରିପାରିବେ। ସାଧାରଣ ଲୋକମାନେ ଆଣୁଥିବା ଗହଣା ପରୀକ୍ଷା କରିବାକୁ ହଲମାର୍କିଂ ସେଣ୍ଟର୍‌ଗୁଡ଼ିକ ଅଗ୍ରାଧିକାର ଦେବେ ଏବଂ ସେମାନଙ୍କୁ ପରୀକ୍ଷା ରିପୋର୍ଟ ପ୍ରଦାନ କରିବେ। ଚାରିଟି ଗହଣା ପରୀକ୍ଷା କରିବା ପାଇଁ ଗ୍ରାହକଙ୍କୁ ୨୦୦ ଟଙ୍କା ଦେବାକୁ ପଡ଼ିବ। ପାଞ୍ଚରୁ ଅଧିକ ଗହଣା ପରୀକ୍ଷା କରାଇବାର ଥିଲେ ପ୍ରତି ଗହଣା ପାଇଁ ଗ୍ରାହକଙ୍କୁ ୪୫ ଟଙ୍କା ଲେଖାଐଁ ଦେବାକୁ ପଡ଼ିବ।

ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ର ୱେବସାଇଟ୍‌ www.bis.gov.inରେ ସ୍ବୀକୃତିପ୍ରାପ୍ତ ହଲମାର୍କିଂ ସେଣ୍ଟର୍‌ଗୁଡ଼ିକର ତାଲିକା ରହିଛି। ଗ୍ରାହକମାନେ ସେହି ୱେବସାଇଟ୍ ପରିଦର୍ଶନ କରି ନିଜ ସହରରେ ଥିବା ହଲମାର୍କିଂ ସେଣ୍ଟର୍‌ଗୁଡ଼ିକ ବିଷୟରେ ଜାଣିପାରିବେ।

ଯେଉଁ ଗ୍ରାହକମାନେ ସୁନା ଦୋକାନରୁ ହଲମାର୍କ ଗହଣା କିଣୁଛନ୍ତି ତାହା ପ୍ରକୃତରେ ହଲମାର୍କିଂ ହୋଇଛି ନା ନାହିଁ ତାହା ଜାଣିବା ଲାଗି ସେମାନେ ବିଆଇଏସ୍‌ କେୟାର (BIS CARE) ଆପ୍‌କୁ ବ୍ୟବହାର କରିପାରିବେ। ସେହି ଆପ୍‌ରେ ଥିବା ‘ଭେରିଫାଏ ଏଚ୍‌ୟୁଆଇଡି’କୁ ବ୍ୟବହାର କରି କିଣାଯାଇଥିବା ଗହଣାର ହଲମାର୍କିଂ ହୋଇଛି ନା ନାହିଁ ଜାଣିହେବ।

Related posts

ଖଜୁରିଆପାଲି ବନସୁରକ୍ଷା ସମିତି କୁ ଆରସି ସିଏଫ ଗସ୍ତ

Odisha Halchal

ଚନ୍ଦ୍ରଶେଖରପୁର ଥାନାରେ ହାଇଡ୍ରାମା – ପ୍ରେମିକା କହିଲା- ମୋତେ ବାହା ହଅ, ନହେଲେ ଆତ୍ମହତ୍ୟା କରିବି

Odisha Halchal

ଆରଏସ୍‌ଏସ୍‌ର ୬ଟି କାର୍ଯ୍ୟାଳୟରେ ବିସ୍ଫୋରଣ ଧମକ

Odisha Halchal

Leave a Comment