ଓଡ଼ିଶା ଖବରନ୍ୟୁଜ୍

ସମ୍ବାଦ ସାହିତ୍ୟ ଘର ଖଡ଼ିଆଳ ତରଫରୁ ଶୀତ ଆସର ଓ ପୁସ୍ତକ ଲୋକାର୍ପଣ

ସମ୍ବାଦ ସାହିତ୍ୟ ଘର ଖଡ଼ିଆଳ ତରଫରୁ ଶୀତ ଆସର ଓ ପୁସ୍ତକ ଲୋକାର୍ପଣ

ନୂଆପଡା:- (ରିପୋର୍ଟ :- ଚେତୁରାମ ପ୍ରଧାନୀ)  ଖଡ଼ିଆଳ ବ୍ଲକ ସ୍ଥାନୀୟ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ଖଡ଼ିଆଳ ତରଫରୁ ଶୀତ ଆସର ଓ ପୁସ୍ତକ ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି. ଏହା ଆସରରେ ସଭାପତି ଭାବେ ଡ଼ଃ ଗୀତଶ୍ରୀ ପ୍ରିୟମ୍ବଦା ମହାପାତ୍ର, ସମ୍ପାଦକ ଭାବେ ଶ୍ରୀ ଗୌରାଙ୍ଗ କୁମାର ସାହୁ ରହିଥିଲେ.

ମୁଖ୍ୟ ଅତିଥି ଭାବେ ମେଜର ରାମଚନ୍ଦ୍ର ମିଶ୍ର, ସତୀଶ ଚନ୍ଦ୍ର ପଟ୍ଟନାୟକ, ନୀଳଲୋହିତ ସିଂ ଦେଓ ଓ ନବୀନ କୁମାର ପାଢ଼ୀ ସହ ଅଂଚଳର ସାହିତ୍ୟିକ, କବି, ପ୍ରାବନ୍ଧିକ ମାନେ ଯୋଗଦାନ କରିଥିଲେ. ସମସ୍ତ ସାହିତ୍ୟିକ ସେମାନଙ୍କ କବିତା ପଠନ କରିଥିଲେ.ଏହା ସହିତ କବି ନୀଳଲୋହିତ ସିଂ ଦେଓ ଓ ସୁକନ୍ୟା ବିଦିଷା ସିଂ ଦେଓଙ୍କ ଇଂରାଜୀଭାଷାରେ ଲିଖିତ ପୁସ୍ତକ post colonalism and desparative theory ପୁସ୍ତକ ଉନ୍ମୋଚନ ହୋଇଯାଇଛି. ଏହା ଏକ ଭାରତ ଇତିହାସର ସାମ୍ରାଜ୍ୟବାଦ ଉପରେ ଲିଖିତ ପୁସ୍ତକ ଅଟେ. ଏହା ସମାଜର ସାମାଜିକ ଓ ବର୍ତମାନ ଯୁଗରେ ଏହାର ଉପଦେୟତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି. ତତ ସହିତ ଏହା ଓଡ଼ିଆ ସାହିତ୍ୟ ସହ ଇଂରାଜୀ ସାହିତ୍ୟ ସହ ସମ୍ପର୍କ ସ୍ଥାପନ କରିବାରେ ସହଯୋଗ ପ୍ରତିଷ୍ଠା ହୋଇପାରିବ ଓ ଉଭୟ ଭାଷାର ଉନ୍ନତି ସାଧିତ ସମ୍ଭବ ହୋଇପାରିବ.

ସାହିତ୍ୟ ହେଉଛି ସମାଜର ଦର୍ପଣ. ସାହିତ୍ୟ ମାଧ୍ୟମରେ ସାମାଜିକ ଓ ସାଂସ୍କୃତିକ, ଆର୍ଥିକ ବିକାଶ ସମ୍ଭବ ହୋଇପାରିବ. ଉଚ୍ଚ କୋଟୀର ସାହିତ୍ୟ ଯୋଗୁଁ ସମାଜ ସଂସ୍କାର ସମ୍ଭବ ହୋଇପାରିବ. ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ଉନ୍ନତି କିପରି ହେବ ଏହା ପଢି ପାଠକ ନିଜେ ମର୍ମେ ମର୍ମେ ଅନୁଭବ କରି ପାରିବେ.ପ୍ରକୃତରେ ଖଡ଼ିଆଳ ଅଞ୍ଚଳ ହେଉଛି ସଂସ୍କୃତି ସମ୍ପନ୍ନ ସହର ଯେଉଁଠି ସାହିତ୍ୟର ଉନ୍ନତି ଦେଖିବାକୁ ମିଳେ.।

Related posts

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ: ଭୋର ୪ଟାରୁ ପହଣ୍ଡି, ୧୨ଟା ୧୫ରେ ଛେରା ପହଁରା

Odisha Halchal

ଆରବିଆଇ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

Odisha Halchal

ସେକ୍ସ ରାକେଟର ପର୍ଦ୍ଦାଫାଶ କଲେ ପୋଲିସ

Odisha Halchal

Leave a Comment