ଓଡ଼ିଶା ଖବରନ୍ୟୁଜ୍

ପ୍ରେମିକାର ଅନ୍ୟତ୍ର ବାହାଘର ହେଉଥିବା ଖବର ଶୁଣି ଗଛରେ ଝୁଲି ପଡ଼ିଲେ ପ୍ରେମିକ

ପ୍ରେମିକାର ଅନ୍ୟତ୍ର ବାହାଘର ହେଉଥିବା ଖବର ଶୁଣି ଗଛରେ ଝୁଲି ପଡ଼ିଲେ ପ୍ରେମିକ

ପ୍ରେମକୁ ନେଇ ପୁଣି ଗଲା ଆଉ ଏକ ନିରୀହ ଜୀବନ । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗାଁରେ । ଯାହାକୁ ଭଲ ପାଉଥିଲେ ତାହାର ବିବାହ ହେବା ଖବର ଶୁଣି ଭାରସ୍ୟାମ ହରାଇ ବସିଥିଲେ ରତ୍ନାକର ମଳିକଙ୍କ ପୁଅ ପ୍ରଦୀପ ମଳିକ ।

ଗତ କିଛି ମାସ ହେବ ସେ ଗୁଜୁରାଟରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ସେହି ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ହେଲେ ଗାଁକୁ ଫେରି ଜାଣିବାକୁ ପାଇଲେ ପ୍ରେମିକାର ଅନ୍ୟତ୍ର ବିବାହ ହେବାକୁ ଯାଉଛି ।

ଯାହାଫଳରେ ସେ ନିଜର ମାନସିକ ସ୍ଥିତି ହରାଇ ବସିଥିଲେ । ହାତରେ ମଦ ବୋତଲ ସହ ଏକ ରଶି ଧରି ଘର ଠାରୁ କିଛି ଦୂରରେ ଥିବା ଏକ ଆକାଶିଆ ଗଛରେ ଝୁଲିପଡିଥିଲେ ।

ପୋଲିସ ଘଟଣାସଂପର୍କରେ ଖବର ପାଇ ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

Related posts

ଯୁଦ୍ଧ ଭିତରେ ପ୍ରଥମ ଥର ଋଷ ଭିତରେ ପଶି ମିସାଇଲ ମାଡକଲା ୟୁକ୍ରେନ୍, ରୋସ୍ତୋକ୍ ସହରରେ ବ୍ୟାପକ କ୍ଷୟକ୍ଷତି

Odisha Halchal

ରାଜ୍ୟରେ କମୁଥିବା ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ

Odisha Halchal

ଆସୁଛି ମହାବାତ୍ୟା ‘ସିତରଙ୍ଗ’,

Odisha Halchal

Leave a Comment