ଅପରାଧଓଡ଼ିଶା ଖବରନ୍ୟୁଜ୍

ପାଣି ଟାଙ୍କିରେ କୀଟନାଶକ ବିଷ ପକାଇ ସାମୁହିକ ହତ୍ୟା ଉଦ୍ୟମ

ପାଣି ଟାଙ୍କିରେ କୀଟନାଶକ ବିଷ ପକାଇ ସାମୁହିକ ହତ୍ୟା ଉଦ୍ୟମ

ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ରଘୁପୁର ପଞ୍ଚାୟତର ପଣସିଆ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ସୋଲାର ପାଣି ଟାଙ୍କିରେ କେହି ଜଣେ ଦୁର୍ବୃତ୍ତ ଗତ ରାତ୍ରିରେ କୀଟନାଶକ ବିଷ ପକାଇବା ପରେ ଉକ୍ତ ଟାଙ୍କିରୁ ବିଷାକ୍ତ ପାଣି ପିଇ ଗ୍ରାମର ପାଞ୍ଚଜଣ ଗୁରୁତର ହୋଇଥିବା ଜଣାଯାଇଛି।ସୂଚନା ମୁତାବକ ଆଜି ସକାଳୁ ଗ୍ରାମବାସୀ ପିଇବା ପାଇଁ ବିଦ୍ୟାଳୟ ନିକଟରେ ଥିବା ସୋଲାରପମ୍ପ ପାଣି ଟାଙ୍କି ନିକଟକୁ ଯାଇଥିଲେ। ହେଲେ ଯେତେବେଳେ ପାଣି ସଂଗ୍ରହ କରିବାକୁ ଟ୍ୟାପ୍ ଖୋଲିଥିଲେ, ସେମାନେ ଦେଖିବାକୁ ପାଇଥିଲେ କି ସେଥିରୁ ଫେଣଯୁକ୍ତ ପାଣି ବାହାରିବା ସହିତ ଉତ୍କଟ ଗନ୍ଧ ବାହାରୁଛି। ପରେ ଏହି ଘଟଣା ସମ୍ପର୍କରେ ସଙ୍ଗେସଙ୍ଗେ ସମସ୍ତ ଗ୍ରାମବାସୀଙ୍କୁ ଜଣାଇବା ସହିତ ଟାଙ୍କି ପାଖ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ।

ଯେହେତୁ ବିଦ୍ୟାଳୟର ପିଲା ଉକ୍ତ ଟାଙ୍କିର ପାନୀୟ ଜଳ ବ୍ୟବହାର କରୁଥିଲେ, ସେଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କୁ ସଙ୍ଗେସଙ୍ଗେ ଛୁଟି କରି ଘରକୁ ପଠାଇ ଦେଇଥିଲେ। ପରେ ସମସ୍ତେ ପହଞ୍ଚିବା ପରେ ଘଟଣା ସମ୍ବନ୍ଧରେ ବେତନଟୀ ବିଡିଓ, ବୈଶିଙ୍ଗା ଥାନା, ଡାକ୍ତରଖାନା ଓ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ଗ୍ରାମବାସୀ ଟାଙ୍କିରେ ବିଷ ପକାଇବା ନେଇ ଜଣେ ସ୍ଥାନୀୟ ଅର୍ଦ୍ଧ ମାନସିକ ବିକୃତି ଯୁବକଙ୍କୁ ସନ୍ଦେହ କରୁଥିବାବେଳେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପରେ ବୈଶିଙ୍ଗା ଥାନା ଏଏସଆଇ ଭାବଗ୍ରାହୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କଲା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଜେଇ ବିଭୁତି ଭୂଷଣ ସାମଲ ସେଠାରେ ପହଞ୍ଚି ଟାଙ୍କିରୁ ସମଗ୍ର ପାଣି ନିଷ୍କାସନ କରିଥିଲେ ଓ ଏକ ବୋତଲରେ ପାଣିର ନମୂନା ସଂଗ୍ରହ କରି ସାଇଣ୍ଟିଫିକ ପରୀକ୍ଷା ପାଇଁ ନେଇଥିଲେ। ଗ୍ରାମବାସୀଙ୍କ କହିବା ମୁତାବକ ଟାଙ୍କିରୁ ପାଣି ନିଷ୍କାସନ ପରେ ସେଥିରୁ ବାହାରୁଥିବା ବିଷ ଗନ୍ଧରେ ସ୍ଥାନୀୟ ଅଞ୍ଚଳର ଲୋକ ଅଣନିଶ୍ୱାସୀ ହୋଇପଡ଼ିଥିଲେ ଓ ଉକ୍ତ ଗନ୍ଧରୁ ସ୍ପଷ୍ଟ ବାରି ହେଉଥିଲା କି ସେଇଟା ଗୋଟିଏ ବିଲରେ ପଡୁଥିବା କୀଟନାଶକ।

ହେଲେ ଠିକ ସେତିକିବେଳେ ଗ୍ରାମର ଗଣେଶ ସିଂର ଦୁଇ ପୁଅ ସଞ୍ଜୟ(୧୪) ଓ ମନୀଷ (୧୨), କାଳିଆ ସିଂର ଝିଅ କବିତା (୬), ମଙ୍ଗଲ ସିଂର ପୁଅ ଆମ୍ବୁଲାନ୍ସ (୨୨) ଏବଂ ବୁଲୁ ସିଂର ପୁଅ ଆକାଶ (୧୫) ମୋଟ ପାଞ୍ଚଜଣ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ଓ ଜାଣିବାକୁ ମିଳିଥିଲା କି ସେମାନେ ଲୋକ ଜାଣିବା ପୂର୍ବରୁ ବଢ଼ି ସକାଳୁ ଭୁଲରେ ଉକ୍ତ ଟାଙ୍କିରେ ଥିବା ବିଷାକ୍ତ ପାଣି ପିଇ ସାରିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। ସମଗ୍ର ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆରଡବ୍ଲୁଏସଏସର ଜେଇ ଉକ୍ତ ଟାଙ୍କି ତଥା ସମ୍ପୂର୍ଣ ପମ୍ପକୁ ପୁଣି ଥରେ ୱାସ କରିବାକୁ ଅଧୀନସ୍ଥ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ।

Related posts

ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ

Odisha Halchal

୨୦ ମିନିଟ ପାଇଁ ଦେଖାଯିବ ସୂର୍ଯ୍ୟପରାଗ

Odisha Halchal

FY୨୩ର ଆର୍ଥିକ ବିକାଶ ଅନୁମାନକୁ ସଂଶୋଧନ କଲା ଏସବିଆଇ, ଜିଡିପି ଗ୍ରୋଥ ୭.୫% ରହିବା ସମ୍ଭାବନା

Odisha Halchal

Leave a Comment