ଅପରାଧଓଡ଼ିଶା ଖବରନ୍ୟୁଜ୍

ଗିରଫ ହେଲା ରାସ୍ତା କଡର ସୂଚନା ଫଳକ ଏବଂ ବେରୀୟର ଚୋର

ଗିରଫ ହେଲା ରାସ୍ତା କଡର ସୂଚନା ଫଳକ ଏବଂ ବେରୀୟର ଚୋର

ସମ୍ବଲପୁର :-(ରିପୋର୍ଟ :-ସତ୍ୟପ୍ରିୟ ମହାପାତ୍ର)ଜମନକିରା ଥାନା ଅନ୍ତର୍ଗତ ଜମନକିରା ରୁ ଭୋଜପୁର ଏବଂ ଫାଶୀମାଲ ରାସ୍ତା ର ଦୁଇ ପାର୍ଶ୍ଵ ରେ ଲଗାଯାଇଥିବା ସୂଚନା ଫଳକ ଏବଂ ବେରିୟର କୁ ଚୋରି କରିବା ଘଟଣା ରେ ଆଜି ଜମନକିରା ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛିl

ପ୍ରକାଶ ଥାଉ କି ଜମନକିରା ରୁ ଭୋଜପୁର୍ ଓ ଫାଶୀମାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ବର୍ଷ ଶେଷ ହୋଇଥିଲା,ହେଲେ ବର୍ଷେ ନ ପୁରୁଣୁ ରାସ୍ତା ର ଦୁଇ ପାର୍ଶ୍ଵ ରେ ଲଗାଯାଇଥିବା ସୂଚନା ଫଳକ ଓ ବେରୀୟର୍ ଗୁଡାକ ଚୋରି ହେବାରେ ଲାଗିଥିଲା ଫଳରେ କୁଚିଣ୍ଡା PWD ର ଆସିଷ୍ଟାଣ୍ଟ ଇଞ୍ଜିନିୟର,ଶ୍ରୀ ନବୀନ ବାଗେ ଜମନକିରା ଥାନା ରେ ଅଭିଯୋଗ କରିଥିଲେl

ଅଭିଯୋଗ କୁ ଆଧାର କରି ଜମନକିରା ପୋଲିସ କତରବଗା ଥାନା ଅନ୍ତର୍ଗତ ବିନ୍ଦୁଡିହି ଗ୍ରାମର ବାସୁଦେବ ବାଗ ଙ୍କ ଘରେ ଚଢ଼ାଉ କରି ଚୋରି ସାମଗ୍ରୀ ଉଦ୍ଧାର କରିଛି,ଏବଂ ବାସୁଦେବ କୁ କେସ ନମ୍ବର ୧୨୬/୨୨ ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି ଏବଂ ଏଇ ଚୋରି ଘଟଣା ରେ ଆଉ କିଏ କିଏ ସାମିଲ ଥିଲେ ତଦନ୍ତ ଜାରି ରଖିଛିl

Related posts

ଇରାକ୍‌ରେ ଆମେରିକୀୟ ଦୂତାବାସ ଉପରେ ଖସିଲା ୬ ରକେଟ୍‌

Odisha Halchal

ଵିଜୟ ପ୍ରଧାନ ଙ୍କ ବିୟୋଗରେ ମହାକାଳପଡ଼ା ସ୍ତବ୍ଧ

Odisha Halchal

ବଜ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Odisha Halchal

Leave a Comment