ଓଡ଼ିଶା ଖବରନ୍ୟୁଜ୍

କଠୋର ପରିଶ୍ରମ ପରେ ଅଗ୍ନୀସମ ବିଭାଗର ସଫଳତା

କଠୋର ପରିଶ୍ରମ ପରେ ଅଗ୍ନୀସମ ବିଭାଗର ସଫଳତା

ନୂଆପଡ଼ା :-(ରିପୋର୍ଟ:-ଚେତୁରାମ ପ୍ରଧାନୀ)ଧରମବନ୍ଧା ଥାନା ଅନ୍ତର୍ଗତ ଗୋଧସ୍ ଜଳପ୍ରପାତରେ ଗୋଡ଼ଫୁଲା ଗ୍ରାମର ଡ୍ରାଇଭର ରାମକିଷାନ ରାଉତ (୩୫) ନାମକ ଜଣେ ଡ୍ରାଇଭର ନିଖୋଜ ହୋଇଥିବା ପରିବାର ଲୋକ ଧରମବନ୍ଧା ଥାନରେ ଅଭିଯୋଗ କରିଥିଲେ। ହେଲେ ଆଜି ସକାଳେ ଜଳପ୍ରପାତ ପାଣିରେ ନିଖୋଜ ଯୁବକର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଆଜି ଧରମବନ୍ଧା ପୁଲିସ ଓ ଅଗ୍ନୀଶମ ବିଭଗ ଜଳପ୍ରପାତରେ ପହଞ୍ଚି ପାଣିରୁ ମୃତଦେହକୁ ଉଦ୍ଧାର କରିଛନ୍ତି। ପୁଲିସ ମୃତଦେହକୁ ଜବତ କରିଛି। ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଧରମବନ୍ଧା ଥାନାରୁ ସୂଚନା ମିଳିଛି।

ସୂଚନାନୁସାରେ ନୂଆପଡ଼ା ଜିଲ୍ଲା ସଦର ଗ୍ରାମର ଏକ ଘରୋଇ କଲେଜର ଗାଡ଼ି ଚାଳକମାନେ ଗତ (13/11/22) ତାରିଖ ରେ ଧରମବନ୍ଧା ଥାନା ଗୋଧସ୍ ଜଳପ୍ରପାତକୁ ଭୋଜି କରିବାକୁ ଯାଇଥି‌ଲେ। ଗୋଡ଼ଫୁଲା ଗ୍ରାମର ବସ୍‌ ଚାଳକ ରାମକିଷାନ ରାଉତ (୩୫) ଜଳପ୍ରପାତ ଉପରକୁ ବୁଲିବାକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ରାମକିଷାନଙ୍କୁ ସାଙ୍ଗମାନେ ଦେଖି ନଥିବାରୁ ଖୋଜାଖୋଜି କରିଥିଲେ। ପରେ କିଛି ସାଙ୍ଗ ଗୋଧସ୍ ଜଳପ୍ରପାତ ଉପରକୁ ଯାଇଥିବା ବେଳେ ସେଠାରେ ରାମକିଷାନଙ୍କ ପ୍ୟାଣ୍ଟ, ସାର୍ଟ, ଗାମୁଛା ଓ ଚପଲକୁ ଏକ ପଥରରେ ରଖାଯାଇଥିବା ଦେଖିବାକୁ ପାଇଥିଲେ। ହେଲେ ତାଙ୍କୁ ଅନେକ ଖୋଜାଖୋଜି କଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ରାମକିଷାନ ଜଳପ୍ରପାତକୁ ଡେଇଁଥିବା ଅନୁମାନ କରାଯାଉଥିଲା।

ଏନେଇ କିଛି ବ୍ୟକ୍ତି ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ଧରମବନ୍ଧା ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିବା ଜଣାପଡ଼ିଥିଲା।ଆଜି ସକାଳୁ ଏକ ଶବ ଜଳ ପ୍ରପାତରେ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ ଏବଂ ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେବାପରେ ଉଭୟେ ଆସି ଶବ ଉଦ୍ଧାର କରିଥିଲେ l
ନୂଆପଡ଼ା ରୁ ଚେତୁରାମ ପ୍ରଧାନୀଙ୍କ ରିପୋର୍ଟ

Related posts

ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସରେ ପହଂଚିଲା କ୍ରାଇମବ୍ରାଞ୍ଚ ଟିମ୍‌

Odisha Halchal

କପିଲଙ୍କ ମା’ ଶୋ’ରେ ଗିନ୍ନିଙ୍କର କଲେ ପ୍ରଶଂସା

Odisha Halchal

‘ସା ରେ ଗା ମା ପା’ ଟ୍ରଫି ହାତେଇଲେ ନୀଲାଞ୍ଜନା

Odisha Halchal

Leave a Comment