ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ, ଆସିଲା ନୂଆ ଗାଇଡ୍‌ଲାଇନ୍‌

ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ, ଆସିଲା ନୂଆ ଗାଇଡ୍‌ଲାଇନ୍‌

ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ବିମାନର ଚଳଚଳ ପୁଣି ଥରେ ଆରମ୍ଭ କରିବାର ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ରବିବାର ଠାରୁ ଏହି ସେବା ଆରମ୍ଭ ହୋଇଯିବ । ହେଲେ କୋଭିଡ ନିୟମକୁ ପାଳନ କରିବାକୁ ହେବ । କରୋନା ସଙ୍କଟ କାରଣରୁ ଗତ ଦୁଇ ବର୍ଷ ହେବ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ରୋକ ଲାଗିଥିଲା ।

କୋଭିଡର ଗାଇଡଲାଇନ ଅନୁସାରେ ଅନ୍ତର୍ଜାତୀୟ ବିମାନରେ ୩ ସିଟକୁ ଖାଲି ରଖିବାର କଟକଣା ହଟାଇ ଦିଆଯାଇଛି ।

ବିମାନ ବନ୍ଦରର ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଇଥିବା ପେଣ୍ଟ-ଡାଉନ୍ ତଲାସୀ ପୁଣି ଥରେ ଆରମ୍ଭ କରି ଦିଆଯିବ । ବିମାନ ବନ୍ଦର କିମ୍ବା ବିମାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Related posts

ପ୍ରେମିକା ଅଣଦେଖା କରିବାରୁ ପ୍ରତିଶୋଧ ନେଲା ପ୍ରେମିକ

Odisha Halchal

ଜିଲ୍ଲାରୁ ତିନିଜଣ ଜାତୀୟ ସମ୍ମାନରେ ପୁରସ୍କୃତ

Odisha Halchal

ବୃଦ୍ଧି ପାଉଛି ଭାରତର ସାମରିକ ଶକ୍ତି

Odisha Halchal

Leave a Comment