ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବୁ- ସମିତିସଭ୍ୟ

ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବୁ ସମିତିସଭ୍ୟ

ଛତ୍ରପୁର:-(୦୨/୦୪/୨୨/)ଛତ୍ରପୁର ବ୍ଲକ ଅଧଃକ୍ଷ ସାନି ନିର୍ବାଚନରେ ପୁଣି ଥରେ ଆରମ୍ଭ ହୋଇଛି ହାଇଡ୍ରାମା । ଗୋଟିଏ ଗୋଷ୍ଠୀର ୧୨ ସମିତି ସଭ୍ୟଙ୍କୁ ପାନ୍ଥ ନିବାସରେ ତାଲା ପକାଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଅଜ୍ଞାତବାସରେ ଥିବା ୧୨ଜଣ ସମିତିସଭ୍ୟଙ୍କୁ ବାଲୁଗାଁ ବରକୂଳ ପାନ୍ଥ ନିବାସରେ ଅଟକ ରଖିଛି ପୋଲିସ । ହୋଟେଲରେ ଥାଇ ଭିଡିଓ କରି ସମିତିସଭ୍ୟମାନେ ଅଭିଯୋଗ କରିଛନ୍ତି ।

ହୋଟେଲ ଭିତରେ ପୋଲିସ ରହି ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଭୋଟ ଦେବାରୁ ବଞ୍ଚିତ କରିବାକୁ ପୋଲିସ ତାଲା ମାରିଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟ । ବାଳକୁନୀରେ ଛିଡ଼ା ହୋଇ ସେମାନେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ଉଦ୍ଧାର ନକଲେ ଆତ୍ମହତ୍ୟା କରିବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହା ସହ ଛତ୍ରପୁର ଥାନା ଅଧିକାରୀ, ଗଞ୍ଜାମ ଥାନା ଅଧିକାରୀ ଓ ଖଲ୍ଲିକୋଟଥାନା ଅଧିକାରୀ ଗତକାଲି ବିଳମ୍ବତ ରାତିରେ ୧୨ଜଣ ସମିତିସଭ୍ୟଙ୍କୁ ଉଠେଇ ଆଣି ବାଲୁଗାଁ ବରକୂଳ ପାନ୍ଥ ନିବାସରେ ବନ୍ଦୀ କରି ରଖିବା ସହ ମୋବାଇଲ ଛଡ଼ାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ମାସ ୧୨ତାରିଖରେ କୋଭିଡ଼ର ଆଳ ଦେଖାଇ ବାତିଲ ହୋଇଥିଲା ନିର୍ବାଚନ । ତେବେ ନିର୍ବାଚନ କମିଶନରଙ୍କ ନିର୍ଦେଶ କ୍ରମେ ଆଜି ସାନି ନିର୍ବାଚନ ହେବ । ନିର୍ବାଚନ ହେବା ପୂର୍ବରୁ ପୁଣି ଥରେ ଆରମ୍ଭ ହୋଇଛି ହାଇଡ୍ରାମା । ଛତ୍ରପୁରରେ ବିଜେଡିର ଦୁଇଟି ଗୋଷ୍ଠି ଥିବା ବେଳେ ବିଧାୟକ ସୁବାସ ବେହେରାଙ୍କ ସମର୍ଥକରେ ୬ ଜଣ ସମିତିସଭ୍ୟ ଥିବା ବେଳେ ୧୨ଜଣ ବିରୋଧରେ ଅଛନ୍ତି । ହାରିଯିବା ଭୟରେ ପୋଲିସ ପ୍ରସାଶନକୁ ଲଗାଇ ବନ୍ଦି କରିଥିବା ଅଭିଯୋଗ କରିଛନ୍ତି ସମିତିସଭ୍ୟ ପ୍ରାର୍ଥୀ । ଆଜି ଦିନ ୧୨ଟା ରେ ମତଦାନ ହେବାକୁ ଥିବା ବେଳେ ୧୨ଜଣ ସମିତିସଭ୍ୟଙ୍କୁ ହୋଟେଲରେ ବନ୍ଦି କରି ରଖିଛି ପୋଲିସ ।

ଯଥାଶୀଘ୍ର ଉଦ୍ଧାର ନ କରାଗଲେ ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସବୁ ଠୁ ବଡ଼ କଥା ପୁଲିସ କାହା ସ୍ୱାର୍ଥରେ ଏପରି କାଯ୍ୟ କରୁଛି, ଶାସକ ଦଳ କଥା ରେ ନାଁ ଏଥିରେ ପ୍ରଶାସନର ବି ହାତ ଅଛି । ଛତ୍ରପୁର ବିଧାୟକ ହାରିଯିବା ଭୟରେ ପୁଲିସ ପୋଲିସ ପ୍ରସାଶନକୁ ଲଗାଇ ବନ୍ଦି କରି ରଖିଥିବା ସମିତିସଭ୍ୟ ମାନେ ଛାତ୍ର ଉପରେ ରହି ଭିଡିଓ କରି ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିବା ସହ ଉଦ୍ଧାର ନ କରାଗଲେ ଆମେ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି । ଯଦି ଏମିତି କିଛି ଘଟଣା ଦେଖିବାକୁ ମିଳେ ତେବେ ସେଥିପାଇଁ ଦାୟୀ କିଏ ରହିବ ତାହା ବର୍ତ୍ତମାନ ସାଧାରଣରେ ଆଲୋଚନା ହେଉଛି।

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ପରଲୋକ

Odisha Halchal

ଆର-ଇନଫ୍ରା ଓ ରିଲାଏନ୍ସ ପାଓ୍ୱାର ନିର୍ଦ୍ଦେଶକ ପଦ ଛାଡିଲେ ଅନିଲ ଅମ୍ବାନୀ, ରାହୁଲ ସରୀନଙ୍କୁ ନୂଆ ଦାୟିତ୍ୱ

Odisha Halchal

ଏୟାରଲିଫ୍ଟ ଦ୍ବାରା ଉଦ୍ଧାର ହେଲେ ମତ୍ସ୍ୟଜୀବୀ

Odisha Halchal

Leave a Comment