ଅପରାଧଦେଶ ବିଦେଶନ୍ୟୁଜ୍

ହନୀଟ୍ରାପ୍‌ରେ ଫସିଲେ ଯବାନ, ପାକିସ୍ତାନୀ ସୁନ୍ଦରୀ ଏଜେଣ୍ଟକୁ ଗୋପନୀୟ ତଥ୍ୟ ଦେଇ ଗିରଫ

ହନୀଟ୍ରାପ୍‌ରେ ଫସିଲେ ଯବାନ, ପାକିସ୍ତାନୀ ସୁନ୍ଦରୀ ଏଜେଣ୍ଟକୁ ଗୋପନୀୟ ତଥ୍ୟ ଦେଇ ଗିରଫ

ଭାରତୀୟ ସେନାରେ ଗୁପ୍ତଚର ସହିତ ଜଡ଼ିତ ବଡ଼ ଖବର ଗଣମାଧ୍ୟମରୁ ଜଣାପଡ଼ିଛି । ରାଜସ୍ଥାନରେ ମୁତୟନ ସେନାର ଜଣେ ଯବାନ ପାକିସ୍ତାନୀ ମହିଳା ଏଜେଣ୍ଟ ସହ ହନୀଟ୍ରାପ୍ ହୋଇଛି । ଏହା ପରେ ଯବାନଙ୍କ ଠାରୁ ଅନେକଗୁଡ଼ିଏ ଗୋପନୀୟ ତଥ୍ୟ ହାସଲ କରାଯାଇଛି । ବଦଳରେ ଅର୍ଥ ଦିଆଯାଇଥିବା ମଧ୍ୟ ସୂଚନା ମିଳିଛି । ଯବାନଙ୍କୁ ଶାସକୀୟ ଗୁପ୍ତ କଥା ଅଧିନୟମ, ୧୯୨୩ ଆଧାରରେ ମାମଲା ରୁଜୁ କରିବା ସହିତ ଗିରଫ କରାଯାଇଛି ।

ଏହି ମାମଲାରେ ୨୪ ବର୍ଷୀୟ ସେନାର କର୍ମଚାରୀଙ୍କୁ ରାଜସ୍ଥାନ ପୋଲିସର ଗୁଇନ୍ଦା ଶାଖା ଗିରଫ କରିଛି । ତାଙ୍କ ଉପରେ ଗୁପ୍ତଚର ଓ ଗୋପନୀୟ ତଥ୍ୟ ପାକିସ୍ତାନ ଏଜେଣ୍ଟକୁ ଲିକ କରିବା ଅଭିଯୋଗ ରହିଛି । ଧରାପଡ଼ିଥିବା ଯବାନ ହେଲେ ଶାନ୍ତିମୟ ରାଣା । ସେ ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲା ଅନ୍ତର୍ଗତ କାଞ୍ଚନପୁର ନିବାସୀ । ଜୟପୁରରେ ଅର୍ଟଲରୀ ୟୁନିଟରେ ମୁତୟନ ଥିଲେ ।

ରାଜସ୍ଥାନ ପୋଲିସର ଗୁଇନ୍ଦା ଶାଖାର ନିର୍ଦ୍ଦେଶକ ଜେନେରାଲ ଉମେଶ ମିଶ୍ର କହିଛନ୍ତି ଯେ, ପାକିସ୍ତାନୀ ଏଜେଣ୍ଟ ଗୁରନୌର କୌର ଓରଫ ଅଙ୍କିତା ଓ ନିଶା ସାମାଜିକ ଗଣମାଧ୍ୟମ ଜରିଆରେ ଯବାନଙ୍କ ସହିତ ସଂପର୍କ କରିଥିଲେ । ଗୁଇନ୍ଦା ଶାଖା ତରଫରୁ କୁହାଯାଇଛି ଯେ, ୨ ମହିଳା ରାଣାଙ୍କ ନମ୍ବର ନେଇଥିଲେ । ଉଭୟ ହ୍ୱାଟ୍‌ସଆପରେ ମଧ୍ୟ କଥା ହେଉଥିଲେ । ପୂର୍ବରୁ ସେମାନେ ରାଣାକୁ ଭରସା ଦେଇଥିଲେ । ଏହା ପରେ ଗୁଇନ୍ଦା ତଥ୍ୟ ହାସଲ କରିବାରେ ଲାଗିଲେ । ବଦଳରେ ରାଣାଙ୍କ ଖାତାକୁ ଅର୍ଥ ମଧ୍ୟ ପଠାଉଥିଲେ ।

ରାଣା କହିଛନ୍ତି ଯେ, ସେ ୨୦୧୮ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ବିଗତ କିଛି ଦିନ ହେବ ହ୍ୱାଟସ୍‌ଆପ ଚାଟ, ଭିଡିିଓ ଓ ଅଡିଓ ମେସେଜ ମାଧ୍ୟମରେ ମହିଳା ପାକିସ୍ତାନୀ ଏଜେଣ୍ଟଙ୍କ ସଂପର୍କରେ ଥିଲେ । ମହିଳା ନିଜକୁ ଶାହଜହାଁପୁର (ଉତ୍ତରପ୍ରଦେଶ) ନିବାସୀ ବୋଲି କହୁଥିଲେ । ମହିଳା କହୁଥିଲେ ଯେ, ସେମାନେ ମିଲିଟାରୀ ଇଞ୍ଜିନିୟରିଂରେ କାମ କରନ୍ତୁ । ଦ୍ୱିତୀୟ ମହିଳା ନିଜକୁ ନିଶା ବୋଲି ପରିଚୟ ଦେଇଥିଲେ । ସେ ମିଲିଟାରୀ ନର୍ସିଂ ସର୍ଭିସ କାମ କରନ୍ତି ବୋଲି କହିଥିଲେ । ଏହି ମହିଳା ଜଣକ ରାଣାଙ୍କୁ ଗୋପନୀୟ କାଗଜ, ଫୋଟୋଗ୍ରାଫ, ଯୁଦ୍ଧାଭ୍ୟାସର ଭିଡିଓ ମାଗିଥିଲେ । ରାଣା ମଧ୍ୟ ନିଜର ରେଜିମେର୍ଟର ଗୋପନୀୟ ତଥ୍ୟ ସେୟାର କରିଥିଲେ ।

Related posts

କୁବେର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ମାଳମାଳ ପ୍ଲଟ୍‌କୁ ପୁଳାପୁଳା ଟଙ୍କା ଠାବ

Odisha Halchal

ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା

Odisha Halchal

ଜିଲ୍ଲା ର ବିଭିନ୍ନ ସ୍ଥାନରେ 74ତମ ସାଧାରଣତନ୍ତ୍ର ଦିବସ ପାଳନ

Odisha Halchal

Leave a Comment