ଓଡ଼ିଶା ଖବରନ୍ୟୁଜ୍

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ । ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ପ୍ରସ୍ତାବ ଉପରେ ମୋହର ଲାଗିଛି । ହାଇକୋର୍ଟଙ୍କ ଅନୁମୋଦନ ପରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି ।

୮ଟି ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ କୋର୍ଟ, ୫ଟି ସିଭଇଲ୍ ଜଜ୍ କୋର୍ଟ, ୧୧ଟି ସିଭିଲ୍ ଜଜ୍ କୋର୍ଟ ଏବଂ ୧୦ଟି କମର୍ସିଆଲ କୋର୍ଟ ପ୍ରତିଷ୍ଠା ହେବା ଲାଗି ନିଷ୍ଟତ୍ତି ନିଆଯାଇଛି । ଏଥିପାଇଁ ୨ ହଜାର ୧୨୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ଆଇନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ସଚିବ ବିଶାଲ କୁମାର ଦେବ, ଆଇନ ସଚିବ ପ୍ରତାପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୈଠକରେ ହାଇକୋର୍ଟଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ନିମ୍ନ ଅଦାଲତ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ୩୪ଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି ।

Related posts

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡି ଦିଆଯାଇଥିବା ସନ୍ଦେହ

Odisha Halchal

କଟକରେ ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

Odisha Halchal

ହାଟ ମଝିରେ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

Odisha Halchal

Leave a Comment