ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ମେ’ ୩୧ ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଘୁଞ୍ଚିଲା

ମେ’ ୩୧ ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଘୁଞ୍ଚିଲା

ଏପ୍ରିଲ ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମେ’ ୩୧ ତାରିଖରେ ଶେଷ ହେବାର ଥିଲା। ତେବେ ମେ’ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଗୁଡ଼ିକୁ ଆଜି ଘୁଞ୍ଚାଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)।

ସେହିଦିନ ହେବାକୁ ଥିବା ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ ହେବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି।ମେ’ ୩୧ରେ କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ ପରୀକ୍ଷା ହେବାକୁ ଥିଲା। ସେହିପରି ବିଜ୍ଞାନ ବିଭାଗର ଗଣିତ ଓ ଧନ୍ଦାମୂଳକ ବିଭାଗର ବାୟୋଲୋଜି ପରୀକ୍ଷା ହେବାର ଥିଲା।

ତେବେ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଏହି ପରୀକ୍ଷା ଗୁଡ଼ିକ ଜୁନ୍ ୪ ତାରିଖରେ ହେବ।
ଏହା ସହିତ ସିଏଚ୍‌ଏସ୍‌ଇ କହିଛି ଯେ ମେ’ ୨୧ରୁ ମେ’ ୨୮ ତାରିଖରେ ମଧ୍ୟ ଯେଉଁ ସବୁ ପରୀକ୍ଷା ହେବାର ଅଛି, ସେଗୁଡ଼ିକ ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ।

Related posts

ଗଳାକାଟୀ ଯୁବତୀଙ୍କୁ ହତ୍ୟା

Odisha Halchal

ଅନ୍ୟତ୍ର ବାହାଘର ଠିକ୍ ହେବାରୁ ପ୍ରେମିକ ସହ ଗଛରେ ଝୁଲି ପଡ଼ିଲେ

Odisha Halchal

ଫେଲ ମାରୁଛି ଆତ୍ମନିର୍ଭରଶୀଳ ଭାରତ

Odisha Halchal

Leave a Comment