ଓଡ଼ିଶା ଖବରନ୍ୟୁଜ୍

ମର୍ମାଦୁନ୍ତ ସଡ଼କ ଦୁର୍ଘଟଣା ବାଇକ୍ ଆରୋହୀଙ୍କ ଗଲା ଜୀବନ

ମର୍ମାଦୁନ୍ତ ସଡ଼କ ଦୁର୍ଘଟଣା ବାଇକ୍ ଆରୋହୀଙ୍କ ଗଲା ଜୀବନ

ବଲାଙ୍ଗୀର :-(ରିପୋର୍ଟ :-ଦୀପକ ପାଲ)ପ୍ରଶାସନର ଅବହେଳା ଯୋଗୁ ପୁଣିଥରେ ଷଡ଼କ ଦୁର୍ଘଟଣା ଯୋଗୁ ଏକ ବହୁମୂଲ୍ୟ ଜୀବନ ଚାଲି ଯାଇଛି ବଲାଙ୍ଗୀର ସହର ଦେଇ ଯାଇଥିବା ଜାତୀୟ ରାଜପଥ ଅଣ-ଓସାରିଆ ହୋଇଥିବା ତଥା ବାଇପାସ୍ ନ ହେବା ଫଳରେ ବିଭିନ୍ନ ସମୟରେ ଅନେକ ସଡକ ଦୁର୍ଘଟଣା ଘଟି ଯାଉଛି ଫଳରେ ଅନେକ ନିରୀହ ଲୋକେ ନିଜର ବହୁମୂଲ୍ୟ ଜୀବନ ହରେଇ ଦେଉଛନ୍ତି।

ବଲାଙ୍ଗିର ସହର ସମ୍ବଲପୁର ରୋଡ୍ ସତ୍ୟନାରାୟଣ ପଡାଠରେ ଅର୍ଦ୍ଧାଧିକ ରାସ୍ତା ଅବରୋଧ କରି ଛିଡ଼ା ହୋଇଥିବା ଏକ ଭାରି ଯାନ ସହ ଏକ ବାଇକ୍ ଦୂର୍ଘଟଣା ହେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି।ମୃତକ ବାଇକ୍ ଆରୋହି ବରଗଡ଼ ଜିଲ୍ଲା ଗାଇସିଲେଟ ଡାଙ୍ଗବାହାଲ ଗ୍ରାମର କୃଷ୍ଣଚନ୍ଦ୍ର ଭୋଇ ବୋଲି ଜଣା ପଡିଛି।

ଗତ ରାତିରେ ସହର ପ୍ରବେଶ କରି ନ ପାରି ରାସ୍ତାରେ ଛିଡ଼ା ହୋଇଥିବା ଲାଞ୍ଜିଗଡ଼ ବେଦାନ୍ତ ର ଯନ୍ତ୍ରାଂଶ ନେଇ ଯାଉଥିବା ଭାରିଯାନ ସହ ହିରୋ ସିଡି-ଡିଲକ୍ସ OD 17 B 5661ଧକ୍କା ହୋଇଥିଲା ଓ ଘଟଣା ସ୍ଥଳରେ ହି ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା…. ଘଟଣା ସ୍ଥଳ ରେ ପୋଲିସ ପହଂଚିବା ପରେ ଲୋକଙ୍କ ସହିତ ଅନେକ ତର୍କବିତର୍କ ହୋଇଥିଲା।ପୋଲିସ୍ ର ଅବହେଳା ରୁ ଦୁର୍ଘଟଣା ଘଟିଥିବା ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ପୋଲିସ କୁ ବଳପ୍ରୟୋଗ ମଧ୍ୟ କରି ରାସ୍ତା ଖାଲି କରିବାକୁ ପଡ଼ିଥିଲା।

Related posts

ପ୍ରେମିକାକୁ ବିଷ ପିଆଇ ରାସ୍ତାରୁ ହଟାଇଦେବାକୁ ଉଦ୍ୟମ

Odisha Halchal

ଦୁଇ ବର୍ଷର ଝିଅକୁ ବଳାତ୍କାର କରିଥିବା ଅଭିଯୋଗରେ ବାପାକୁ ଗିରଫ କଲା ପୋଲିସ

Odisha Halchal

ସେ ଜଣେ କ୍ୟାରେକ୍ଟରଲେସ୍‌

Odisha Halchal

Leave a Comment