ଓଡ଼ିଶା ଖବରନ୍ୟୁଜ୍

ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ବିଏମସି ମେୟର ପ୍ରାର୍ଥୀ, ଘୋଷଣା କଲା ଦଳ

ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ବିଏମସି ମେୟର ପ୍ରାର୍ଥୀ, ଘୋଷଣା କଲା ଦଳ

ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ । ଏ ନେଇ ଶୁକ୍ରବାର ଦିନ ୧୧ଟା ବେଳେ ଏ ନେଇ ବିଧିବଦ୍ଧ ଭାବେ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ଘୋଷଣା କରିଛନ୍ତି ।

ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌, ଓଡ଼ିଶୀ ନୃତ୍ୟ ଶିଳ୍ପୀ । କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ।

କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ତାଙ୍କୁ ମେୟର ଭାବେ ଚୟନ କରିଛି ବୋଲି ଦଳୀୟ ନେତା ଯୁକ୍ତି ବାଢିଛନ୍ତି ।

Related posts

ମୃଦୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Odisha Halchal

ନୂତନ ବର୍ଷରେ ଶ୍ରୀମନ୍ଦିରକୁ ସମସ୍ତଙ୍କୁ ମୋବାଇଲ ମନା

Odisha Halchal

ବଜେଟ୍ ୨୦୨୨-୨୩: ଜାଣନ୍ତୁ କଣ ହେଲା ଶସ୍ତା? କଣ ହେଲା ମହଙ୍ଗା?

Odisha Halchal

Leave a Comment