ଓଡ଼ିଶା ଖବରନ୍ୟୁଜ୍

ମଦର ଟେରେସା ସଂଗଠନର ନିଆରା ପ୍ରୟାସ

ମଦର ଟେରେସା ସଂଗଠନର ନିଆରା ପ୍ରୟାସ

ନୂଆପଡା :-(ରିପୋର୍ଟ-ଚେତୁରାମ ପ୍ରଧାନୀ) କୋମନା ବ୍ଲକ ପଣ୍ଡରାପଥର ଠାରେ ଥିବା ମଦର ଟେରେସା ସେବା ସଙ୍ଗଠନ ତରଫରୁ ସପ୍ତାହ ବ୍ୟାପି ବନ ମୋହସ୍ୟବ ବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଜନ ସଚେତନ, ଗ୍ରାମ ପରିଭ୍ରମଣ ମଧ୍ୟମ ରେ ବୃକ୍ଷ ରୋପଣ ପ୍ରଚାର ପ୍ରସାର କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରଖିଛି ।

ଆଗାମୀ ଦିନ ରେ ଜିଲ୍ଲା ବ୍ୟାପି ଏହି କାର୍ଯ୍ୟକ୍ରମ ଜାରି ରହିବ ଓ ଧରା ଧାମ କୁ ସବୁଜିମା ମୟ କରିବା ଲକ୍ଷ୍ୟ ରେ ସଙ୍ଗଠନ ଅଣ୍ଟା ଭିଡିଛି।

ଚତୁର୍ଥ ଦିନରେ କୁରେଶ୍ୱର ଗ୍ରାମପଞ୍ଚାୟତ ଠାରେ ବୃକ୍ଷ୍ୟ ଧରି ଗ୍ରାମ ପରିକ୍ରମା ସହ ବୃକ୍ଷ ରୋପଣ କରାଯାଇଛି ଏହି କାର୍ଯ୍ୟକ୍ରମ ସଙ୍ଗଠନ ସମ୍ପାଦକ ଶେଷଦେବ ପ୍ରଧାନୀ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି କୁରେଶ୍ୱର ସରପଞ୍ଚ ବିଜୟଲଷ୍ମୀ ବରାଳ ଉପସ୍ଥିତ ରହି ବୃକ୍ଷ ରୋପଣ ଓ ରାଲି ରେ ଯୋଗଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ କାର୍ଯ୍ୟକର୍ତା କ୍ଷମା ଭୋଇ, ଚେତୁରମ ପ୍ରଧାନୀ, ଥାବିର ଶବର, ଘନଶ୍ୟାମ ନାୟକ, ରଥ ମାଝୀ, ତଥା ମହିଳା ଫୋରମ,ଡୋଳେଶ୍ୱରୀ କଟା, ଟେଭାବତୀ ଦୀପ, କୁନ୍ତଳା ବେମାଲ, ସମିନ ସୁନାନୀ, ଗୋପିକା ନାଇକ, ମମତା ମହାନଦ, ଗୀତା ଅଦବଙ୍ଗ, ଟିକମନି ମାଝୀ, ବସୁମତୀ ଦାସ, ଗୀତାଞ୍ଜଳି ଶବର, ଦୋଳମଣୀ ମାଝୀ ସୁବର୍ଣି ତାଣ୍ଡି ଉପସ୍ଥିତ ରହି ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ ।

Related posts

ତୃତୀୟ ନିତ୍ୟାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

Odisha Halchal

ଯୁବ ରେଡ୍ କ୍ରସ୍ ପକ୍ଷରୁ ବିଶ୍ଵ କୁଷ୍ଠ ନିରାକରଣ ଦିବସ ପାଳନ

Odisha Halchal

କାହିଁକି ମହଙ୍ଗା ପେଟ୍ରୋଲ ଓ ଡିଜେଲ, ଜନତାଙ୍କୁ ଧୋକା ଦେଉ ନାହାନ୍ତିତ ରାଜ୍ୟ ସରକାର

Odisha Halchal

Leave a Comment