ଅପରାଧଓଡ଼ିଶା ଖବରନ୍ୟୁଜ୍

ମଦ ପିଇବାକୁ ବାରଣ କରିବାରୁ ମା’କୁ ପିଟି ମାରିଦେଲା ପୁଅ

ମଦ ପିଇବାକୁ ବାରଣ କରିବାରୁ ମା’କୁ ପିଟି ମାରିଦେଲା ପୁଅ

ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସେହି ମା’କୁ ଶାବଳରେ ପିଟି ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ବନବିହାରୀପୁର ନୂଆଗାଁରେ।

ମୃତ ମହିଳା ଜଣଙ୍କ ହେଲେ ନୂଆଗାଁ ମୁଣ୍ଡା ସାହିର ଟୁଲେଇ ମୁଣ୍ଡା। ଅଭିଯୁକ୍ତ ପୁଅ ଡବରୁ ମୁଣ୍ଡାକୁ ପୁଲିସ ଅଟକ ରଖିଛି।ଗତକାଲି ଡବରୁ ମଦ ପିଇ ଘରକୁ ଫେରିଥିଲା। କାହିଁକି ପିଉଛି ବୋଲି ମା’ ପୁଅକୁ ତାଗିତ କରିଥିଲା। ଏହି କଥାକୁ ଉଭୟ ମା’ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା।

ପରେ ପୁଅ ଡବରୁ ଉତକ୍ଷିପ୍ତ ହୋଇ ଘରେ ଥିବା ଶାବଳ ଆଣି ମା’କୁ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଟୁଲେଇଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଘଟଣାବିଷୟରେ ଜାଣିବାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Related posts

ଏଥର ବାତ୍ୟାର ନାଁ ‘ସିତ୍ରାଙ୍ଗ’, ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେଣି ରାଜ୍ୟ ସରକାର

Odisha Halchal

32କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ଗିରଫ

Odisha Halchal

କିଭ୍‌ ଦଖଲ କରିପାରିଲାନି ରୁଷ ସେନା, ନୂଆ ‘ଆର୍ମି ଜେନେରାଲ’ ଆଣିଲେ ପୁଟିନ୍‌

Odisha Halchal

Leave a Comment