ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବିଧାନସଭାରେ ଉଠିଲା ମାନସ ହତ୍ୟା ପ୍ରସଙ୍ଗ

ବିଧାନସଭାରେ ଉଠିଲା ମାନସ ହତ୍ୟା ପ୍ରସଙ୍ଗ

ବିଧାନସଭାରେ ଉଠିଲା ମାନସ ହତ୍ୟା ପ୍ରସଙ୍ଗ, ପୁଣି ଅଡୁଆରେ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର
ଆଜି ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନର ଚତୁର୍ଥ ଦିନ ହୋଇଥିବା ବେଳେ ଗୃହରେ କ୍ୟାମେରା ମ୍ୟାନ୍ ମାନଓ ସ୍ୱାଇଁ ହତ୍ୟା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଦୋଷ ପ୍ରମାଣ ହେବା ପରେ ଏପର୍ଯ୍ୟନ୍ତ କାହିଁକି ୱେବ୍ ଚ୍ୟାନେଲ ମାଲିକାଣି ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇନି ବୋଲି ପ୍ରଶ୍ନ କଲେ ସାଲୁଜା ।

ତେବେ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଭଳି ଏହି ମାମଲାରେ ବି ବିବାଦରେ ରହିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀଙ୍କ ନାମରେ ମୃତ ମାନଓ ସ୍ୱାଇଁଙ୍କ ପରିବାର ଲୋକ ଅଭିଯୋଗ କରିଥିବା ବେଳେ କାହିଁକି କ୍ୟାପ୍ଟେନ୍‌ଙ୍‌କୁ ତଦନ୍ତ ପରିସର ଭୁକ୍ତ କରାଯାଉ ନାହିଁ ବୋଲି ରାଜ୍ୟ ସରକାରଭ୍‌କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ।

ଅନ୍ୟପଟେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ନାମରେ ଅଭିଯୋଗ ରହିଥିବାରୁ ରାଜ୍ୟ କ୍ରାଇମବ୍ରାଞ୍ଚ ସଠିକ୍ ଭାବରେ ତଦନ୍ତ କରିପାରୁନାହିଁ ତେଣୁ ଏହି ଦୁଇଟି ଯାକ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ସନ୍ତୋଷ ସିଂ ସାଲୁଜା ବିଧାନସଭାରେ କହିଛନ୍ତି

Related posts

ପୁଲିସ ଇନ୍‌ଫର୍ମର ସନ୍ଦେହରେ ମୁଣ୍ଡ ନେଲେ, ପରେ ଗାଡ଼ି ଜାଳିଦେଲେ

Odisha Halchal

ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

Odisha Halchal

ଭିଜିଲାନ୍ସ ରିମାଣ୍ଡରେ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ

Odisha Halchal

Leave a Comment