ଅପରାଧଓଡ଼ିଶା ଖବରନ୍ୟୁଜ୍

ବଲାଙ୍ଗୀରରେ ଅଭାବନୀୟ ଘଟଣା, ଘର ଭିତରେ ଶାଶୁ ବୋହୂଙ୍କ ଗଳାକାଟି ବୀଭତ୍ସ ହତ୍ୟା

ବଲାଙ୍ଗୀରରେ ଅଭାବନୀୟ ଘଟଣା, ଘର ଭିତରେ ଶାଶୁ ବୋହୂଙ୍କ ଗଳାକାଟି ବୀଭତ୍ସ ହତ୍ୟା

ବଲାଙ୍ଗୀରରେ ବୀଭତ୍ସ ହତ୍ୟା । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୂଆପଡା ଗାଁରେ ଡବଲ ମର୍ଡର । ଘର ଭିତରେ ଶାଶୁ, ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି । କିଏ, କାହିଁକି ହତ୍ୟା କଲା ସେନେଇ କାରଣ ଜଣାପଡିନାହିଁ ।

ତେବେ ଶାଶୂ, ବୋହୂ ଉଭୟଙ୍କୁ ଧାରିଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଅମ୍ବିକା ମେହେର ଓ ପ୍ରେମଶିଳା ମେହେର ।

ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ କରାଯାଇଛି । ସେପଟେ ଘଟଣା ସ୍ଥଳରେ ତୁଷୁରା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Related posts

ତାଳଚେର ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

Odisha Halchal

କଂଗ୍ରେସ ଓ ବିଜେପି ଦଳର ପ୍ରେସମିଟ ର ଜବାବ ରଖିଲା ବିଜେଡି

Odisha Halchal

ଗୂଋବୁଢା ପର୍ବତ ଭାଲୁର ମୃତ ଦେହ ଉଦ୍ଧାର

Odisha Halchal

Leave a Comment