ଅପରାଧଓଡ଼ିଶା ଖବରନ୍ୟୁଜ୍

ପ୍ରେମରେ ଲାଗିଲା କଳଙ୍କର ନିଆଁ

ପ୍ରେମରେ ଲାଗିଲା କଳଙ୍କର ନିଆଁ

ନୂଆପଡା:-(ରିପୋର୍ଟ- ଚେତୁରାମ ପ୍ରଧାନୀ)ପୁଣି ଲଭ ସେକ୍ସ ଧୋକା,ପ୍ରେମରେ ଲାଗିଲା କଳଙ୍କର ନିଆଁ. ବିବାହର ପ୍ରତିଶୃତି ଦେଇ ପ୍ରେମ ପ୍ରତାରଣା କରି ହତ୍ୟା ଧମକ…ପ୍ରେମିକର ଅନ୍ୟ ଝିଅ ସହ ବାହାଘର ପ୍ରସ୍ତାବକୁ ଲାଗିଲା ଝଟକା । ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ କୋନାବିରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ଥାନୀୟ ଗ୍ରାମ କୋନାବିରାର ଯୁବତୀ ଖରିଆର ଥାନା ପୋଡ଼ପାଲି ଗ୍ରାମର ଦୁର୍ଯ୍ୟୋଧନ ମାଝୀଙ୍କୁ 5ବର୍ଷ ହେଲା ପ୍ରେମ କରି ଆସୁଥିଲେ. ପ୍ରେମିକ ପ୍ରେମିକା ଦୁହେଁ ପ୍ରେମ ରାଇଜର ସ୍ୱାଧୀନ ପକ୍ଷୀ ଭାବରେ ଉଡି ବୁଲୁଥିଲେ. ଦୁହେଁ ଭୁବନେଶ୍ୱର, କଟକ, ପୁରୀ ପ୍ରଭୃତି ସ୍ଥାନ ବୁଲି ଆନନ୍ଦରେ ଦିନ କାଟୁଥିଲେ ।

ଦୁର୍ଯ୍ୟୋଧନ ମଧ୍ୟ କୋନାବିରାକୁ ଆସି ଘର ଜ୍ୱାଇଁ ହେବାର ପ୍ରତିଶୃତି ଦେଇଥିଲା । ପ୍ରମିକାର ବାପା ଦୁର୍ଯ୍ୟୋଧନଙ୍କୁ ଆଦର ଓ ସମ୍ମାନ କରୁଥିଲେ. ବିବାହର ପ୍ରତିଶୃତି ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ରଖିଥିଲେ. ହେଲେ ବିଧାତାର ଖେଳ ସବୁ ଉଲଟପାଲଟ ହେଇଗଲା. ଏବେ ଦୁର୍ଯ୍ୟୋଧନ ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଛିନୁରା ଗାଁର ଜଣେ ଯୁବତୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି. ଏହି ଖବର ଜାଣିବାପରେ ପ୍ରେମିକାକୁ ଶକ୍ତ ଝଟକା ଲାଗିଛି । ତାଙ୍କ ପ୍ରେମିକକୁ ଏ ବିଷୟରେ ପଚାରିଲେ ଦୁର୍ଯ୍ୟୋଧନ ଉତ୍ୟକ୍ତ ହୋଇ ଜୀବନରେ ମାରିଦେବା ଧମକ ଦେଉଛନ୍ତି ।

ପ୍ରେମ ମହୁ ଚାଖି ଜାଣିଲେ ମିଠା ଓ ରଖି ଜାଣିଲେ ଅମୃତ ପାଲଟିଥାଏ. କିନ୍ତୁ ପ୍ରେମିକ ଯଦି ବିଶ୍ୱାସରେ ବିଷ ଦିଏ ତେବେ ଅମୃତ ମଧ୍ୟ ବିଷ ପାଲଟିଯାଏ. ପ୍ରେମ ଶାଶ୍ୱତ, ଚିରନ୍ତନ ଓ ପବିତ୍ରର ପ୍ରତୀକ. ପ୍ରେମରେ ଥାଏ ଅଜସ୍ର ସ୍ନେହ, ଆବେଗ, ପ୍ରୀତି, ଓ ମମତାର ବନ୍ଧନ. ସେହି ଅତୁଟ ବନ୍ଧନକୁ ବାଧା ଦେଲେ ପ୍ରେମ ହୁଏ କଳଙ୍କିତ । ଠିକ ଅନୁରୂପ ଭାବେ କୋନାବିରା ଗାଁର ଯୁବତୀଙ୍କ ପାଇଁ ପ୍ରେମ ସାଜିଛି ବିଶ୍ୱାସର ବିଷ. ରବିବାର ଏ ନେଇ ପ୍ରତାରିତ ଯୁବତୀ ଜଣକ କୋମନା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ. ଏସଆଇ ଜେ. ସେନାପତି ମାମଲାର ତଦନ୍ତ କରି ଦୁର୍ଯ୍ୟୋଧନଙ୍କୁ ଗିରଫ କରିଥିଲେ. ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ପୁଲିସ ସୂଚନା ଦେଇଛି ।

Related posts

ଭାରତର ପ୍ରଥମ ମଙ୍କିକ୍ସ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

Odisha Halchal

‘ରୋୟାଲ ଏନ୍‌ଫିଲ୍ଡ’ର ଗ୍ରାହକଙ୍କୁ ବଡ଼ ଝଟକା, କଂପାନୀ ବଢ଼ାଇଲା ନିଜର ସମସ୍ତ ବାଇକ୍‌ର ଦର

Odisha Halchal

ଦୁର୍ନୀତି ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

Odisha Halchal

Leave a Comment