ନ୍ୟୁଜ୍

ପଶ୍ଚିମରେ ବର୍ଷିବ ନିଆଁ : ୪୪ ଡିଗ୍ରୀ ଟପିବ ପାରଦ

ରାଜ୍ୟର ପଶ୍ଚିମ ପ୍ରାନ୍ତରେ ଆଗକୁ ଅସମ୍ଭାଳ ତାତି ଅନୁଭୂତ ହେବ । ୧୨ରୁ ୧୪ ତାରିଖ ଯାଏ ଏଠାରେ ତାପମାତ୍ରା ଆହୁରି ବଢ଼ିବ । ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ଉତ୍ତରରେ ଏହି ତିନି ଦିନ ତାତି ୪୪ ଡିଗ୍ରୀ ଟପିପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ଆକଳନ କରିଛନ୍ତି ।

ଉପକୂଳ ଓଡ଼ିଶାରେ ୧୪ ତାରିଖ ଯାଏ ତାପମାତ୍ରା କମ୍‌ ରହିବ । ୯, ୧୦ ଓ ୧୧ ତାରିଖରେ ତାପମାତ୍ରା ପୁଣି ୧ ଡିଗ୍ରୀ ଯାଏ କମିବ । ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଯୋଗୁ ବାୟୁର ଦିଗ ପରିବର୍ତ୍ତନ ହେବ । ଫଳରେ ଉପକୂଳରେ ତାପମାତ୍ରା କମ୍‌ ରହିବ ବୋଲି ସେ କହିଛନ୍ତି ।

ସେହିଭଳି କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ତାତି ଅଧିକ ରହିବ । କିନ୍ତୁ ୧୨ରୁ ୧୪ ତାରିଖ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ସେ ପୂର୍ବାନୁମାନ କରିଛନ୍ତି ।

ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରହିଥିଲା । ଟିଟିଲାଗଡ଼ରେ ୪୦.୮, ବୌଦ୍ଧରେ ୪୦.୫ ଓ ଭବାନୀପାଟଣାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି । କଟକ, ଭୁବନେଶ୍ୱର, ପୁରୀ, ଗୋପାଳପୁର ଓ ପାରାଦୀପ ଭଳି ବିଭିନ୍ନ ସହରରେ ଦିନବେଳାର ତାପମାତ୍ରା କମ୍‌ ଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନବେଳାର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି ।

Related posts

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ,ଆଉ ଜଣେ ଛାତ୍ରଙ୍କୁ ଗୁଳିମାଡ

Odisha Halchal

ଅଧା ରହିଲା ମା’ ତାରିଣୀ ଦର୍ଶନ,ଗଛରେ ପିଟି ହେଲା କାର୍‌

Odisha Halchal

ଗୂଋବୁଢା ପର୍ବତ ଭାଲୁର ମୃତ ଦେହ ଉଦ୍ଧାର

Odisha Halchal

Leave a Comment