ଅପରାଧଓଡ଼ିଶା ଖବରନ୍ୟୁଜ୍

ନକ୍ସଲଙ୍କ ଚେତାବନୀ -ଆମ ନାଁ ନେଇ ଅର୍ଥ ଆଦାୟ କରୁଥିଲେ ମିଳିବ ମୃତ୍ୟୁଦଣ୍ଡ

ନକ୍ସଲଙ୍କ ଚେତାବନୀ -ଆମ ନାଁ ନେଇ ଅର୍ଥ ଆଦାୟ କରୁଥିଲେ ମିଳିବ ମୃତ୍ୟୁଦଣ୍ଡ

ଆଉ ବରଦାସ୍ତ କରାଯିବନି। ଆମ ନାଁ ଧରି ଠିକାଦାରଙ୍କୁ ଭୟଭୀତ କରିବା ସହ ସେମାନଙ୍କ ନିକଟରୁ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ। ’ କିଛି ଦିନର ବ୍ୟବଧାନ ପରେ କଳାହାଣ୍ଡି ଜିଲ୍ଲାରେ ନକ୍ସଲମାନେ ନିଜ ସ୍ଥିତି ଜାହିର କରି ଏପରି ପୋଷ୍ଟର ମାରିଥିବା ବେଳେ ଲୋକଙ୍କ ମଧ୍ୟରେ ଦେଖାଦେଇଛି କୋକୁଆ ଭୟ । ନକ୍ସଲଙ୍କ ନାଁ ନେଇ ଠିକାଦାରଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ବ୍ୟକ୍ତିଙ୍କୁ ପ୍ରଜାକୋର୍ଟରେ ମୃତ୍ଯୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ନକ୍ସଲ।

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଲାଞ୍ଜିଗଡ଼ ରୋଡ଼ କଲେଜ ଗେଟରେ ନକ୍ସଲ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ସେହିପରି କଦମଗୁଡା ସ୍କୁଲ କାନ୍ଥରେ ମଧ୍ୟ ଲଗାଯାଇଛି ଧମକପୂର୍ଣ୍ଣ ପୋଷ୍ଟର। ନକ୍ସଲଙ୍କ ସହ ସମ୍ପର୍କ ଅଛି କହି ବଳପଦର ଗାଁର ଜଣେ ବ୍ୟକ୍ତି ନର୍ଲା, ମଦନପୁର, ରାମପୁର,ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ଠିକାଦାରଙ୍କଠାରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଆଦାୟ କରିଥିବା ଅଭିଯୋଗ ହୋଇଛି ।

ଏପରି କରି ନକ୍ସଲ ସଂଗଠନକୁ ବଦନାମ କରୁଥିବା ବ୍ୟକ୍ତିଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ବଂଶଧାରା,ଘୁମୁସର, ନାଗାବଳି ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଲେଖ ଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ପୋଷ୍ଟର ସତରେ ନକ୍ସଲମାନେ ଲଗାଇଛନ୍ତି, ନା ଏହା ପଛରେ ଆଉ କାହାର ହାତ ଅଛି ସେ ସମ୍ପର୍କରେ ତନାଘନା ଚଳାଇଛି ପୁଲିସ୍‌।

Related posts

ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

Odisha Halchal

ଗ୍ୟାସ ସିଲିଣ୍ଡର ଫାଟି ଘର ଛିନଛତ୍ର, ୨ ଗୁରୁତର

Odisha Halchal

ମଝି ଆକାଶରେ ଗୁରୁତର ହେଲେ ଯାତ୍ରୀ

Odisha Halchal

Leave a Comment