ଓଡ଼ିଶା ଖବରନ୍ୟୁଜ୍

ଦୁର୍ଘଟଣା ସବୁ ଖୁସି ଛଡାଇ ନେଲା

ଦୁର୍ଘଟଣା ସବୁ ଖୁସି ଛଡାଇ ନେଲା

ଭଣ୍ଡାରି ପୋଖରୀ:-ଦୁର୍ଘଟଣା ଗ୍ରସ୍ତରେ ସ୍ୱାମୀ, ମାଗିଯାଚି ପରିବାର ଚଳାଉଛନ୍ତି ସ୍ତ୍ରୀ।ଦୁର୍ଘଟଣା ଗ୍ରସ୍ତ ପରେ ସୁଶାନ୍ତଙ୍କ ପରିବାର ଚଳାଇବା ପାଇଁ କଷ୍ଟ। ଆଜ୍ଞା ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଡ଼ ଅଛି କିନ୍ତୁ ଆଉ ସେ ସାମର୍ଥ୍ୟ ନାହିଁ ଚାଲିବାକୁ ।ଗାଡ଼ି ଚଳାଇ ଯାହା ଆଣନ୍ତି ସେଥିରେ ସାତ ଜଣକ ପେଟକୁ ଦାନ ଦିଅନ୍ତି ।

ତେବେ ସେଦିନ ବି ସେ ଗାଡ଼ି ଚଳାଇବାକୁ ଯାଇଥିଲେ କିନ୍ତୁ ଏମିତି ଦୁର୍ଘଟଣା ହେବ ସେ ଭାବି ନଥିଲେ ସୁଶାନ୍ତ। ତେବେ ଘରେ ସ୍ତ୍ରୀ,ମା ଏବଂ ୪ ଛୋଟ ଛୋଟ ପିଲା ଚଳିବେ କେମିତି ସେପଟେ ଗୋଡ଼ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଋଣ କରିଛନ୍ତି ସୁଶାନ୍ତ ।ଏହି ଅବସ୍ତ୍ରା ରେ ତାଙ୍କ ସ୍ତ୍ରୀ ଗାଁ ରୁ ଯାହା ମାଗି ଆଣନ୍ତି ସେଥିରେ ୭ ଜଣ ଚଳିବା ଭାରି କଷ୍ଟ। ରାସନ୍ ଚାଉଳ ଯାହା ମିଳୁଛି ସୁଶାନ୍ତ ସେଥିରେ ମେଡ଼ିସିନ୍ ଖାଉଛନ୍ତି ।

ସେପଟେ ଛୋଟ ଛୋଟ ପିଲାଙ୍କ ଭାଗ୍ୟ ଏବେ ଦୁଃଖ ଭରା ପରିସ୍ଥିତି ଦେଇ ଗତି କରୁଛି। ଭଣ୍ଡାରି ପୋଖରୀ ବ୍ଲକ ନୀର୍ଗୁଣ୍ଡି ପଞ୍ଚୟ ର ମହୁରା ଗ୍ରାମର ସୁଶାନ୍ତ ଜେନା ତେବେ ଏହି ଭଳି ପରିସ୍ଥିତି ରେ ତାଙ୍କ ସ୍ତ୍ରୀ ଗାଁ ରୁ ମାଗି ଯାଚି ଆଣି ତାଙ୍କ ପରିବାର ପତି ପୋଷଣ କରୁଛନ୍ତି।ତେବେ ତାଙ୍କୁ ସରକାର ଙ୍କ ସାହାଯ୍ୟ କଲେ ସେ ତାଙ୍କ ପରିବାର କୁ ବଞ୍ଚାଇ ପାରାନ୍ତେ ବୋଲି କହିଛନ୍ତି ।

Related posts

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜିଠୁ FD ଉପରେ ମିଳିବ ଅଧିକ ସୁଧ

Odisha Halchal

ଟିଟାନାସ ଇଂଜେକସନ୍ ବଦଳରେ ଦେଲେ କୁକୁର କାମୁଡା ଇଂଜେକସନ୍

Odisha Halchal

ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

Odisha Halchal

Leave a Comment