ଅପରାଧଓଡ଼ିଶା ଖବରନ୍ୟୁଜ୍

ଦୁଇ ମହାଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଦୁଇ ମହାଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଦୁଇ ମହାଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି, ଚାକିରୀ ଦେବା ନାଁରେ ଠକିଛନ୍ତି କୋଟିଏରୁ ଅଧିକ ଟଙ୍କା
ଦୁଇ ଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି । ଠକ ବିକୁ ବିଶୋଇ ଓ ମାନିକନ୍ଦନଙ୍କ ନାଁରେ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ EOW ।

ଉଭୟ କିନେ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ । ଚାକିରୀ ଦେବା ନାଁରେ ଆଶାୟୀଙ୍କଠାରୁ ଠକି ନେଇଛନ୍ତି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା । ଠକେଇ ନେଇ ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା । ବିକୁ ବିଶୋଇ ଘର ଗଂଜାମ ଭଞ୍ଜନଗର ଓ ମାନିକନ୍ଦନ ଘର ଚେନ୍ନାଇରେ ।

କିନେ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସହ ବିଭିନ୍ନ କମ୍ପାନୀ କରି ଲୋକଙ୍କୁ ଠକୁଥିଲେ । ଏବେ ଏହି ଦୁଇ ଠକ ମାଲେସିଆରେ ଲୁଚିଥିବା ଜଣାପଡିଛି । ଏମାନଙ୍କ ବିଷୟରେ ଅଧିକ ତଥ୍ୟ ଦେଲେ ୯୪୩୯୨୧୬୪୫୧ ନମ୍ବରରେ ଯୋଗଯୋଗ କରିବାକୁ EOW ପକ୍ଷରୁ କୁହାଯାଇଛି । ।

ତେବେ ତଥ୍ୟପ୍ରଦାକାରୀଙ୍କୁ ପୁରସ୍କାର ଦେବା ସହ ସେମାନଙ୍କ ନାମଗୋପନ ରଖାଯିବ ।ଲୋକଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ ଅଭିଯୋଗରେ କିନେ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସହ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Related posts

ଅଟକି ଥିବା ଟ୍ରକ୍କ କୁ ପିଟିଲା ସ୍କର୍ପିଓ

Odisha Halchal

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Odisha Halchal

ଖୋଲା ଚ୍ୟାଲେଞ୍ଜ କରି ଧୁମ୍ ଫିଲ୍ମ୍ ଷ୍ଟାଇଲ ଚୋରି

Odisha Halchal

Leave a Comment