ଅପରାଧଓଡ଼ିଶା ଖବରନ୍ୟୁଜ୍

ଟଙ୍କା ଗାଡି ଧରି ଡ୍ରାବେର ଫେରାର

ଟଙ୍କା ଗାଡି ଧରି ଡ୍ରାବେର ଫେରାର

ନୂଆପଡା :- (ରିପୋର୍ଟ-ଚେତୁରାମ ପ୍ରଧାନୀ) ଖଡ଼ିଆଳ ଥାନା ନିକଟସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏଟିଏମ ରେ ଟଙ୍କା ଭରିବା ନେଇ ଏଟିଏମ ଟଙ୍କା ଭରିବା ଗାଡ଼ିରେ ଦୁଇ ଜଣ କର୍ମଚାରୀ ଜଣେ ସୁରକ୍ଷା କର୍ମୀ ଏବଂ ଗାଡି ଚାଳକ ଯାଇଥିଲେ। ଖଡ଼ିଆଳ ଠାରେ ଏଟିଏମରେ ଟଙ୍କା ଭରିବା ପାଇଁ ଦୁଇ କର୍ମଚାରୀ ଏଟିଏମ ଭିତର କୁ ଯାଇଥିବା ବେଳେ ସୁରକ୍ଷା କର୍ମୀ ଅନ୍ୟତ୍ର ହେବାର ସୁଯୋଗ ପାଇ ଗାଡି ଚାଳକ ବଳକା ଟଙ୍କା ନେଇ ଘଟଣା ସ୍ଥଲରୁ ଫେରାର ମାଟିଥିଲା।

ଏହା ଅଭିଯୋଗ ହେବା ପରେ ଖଡ଼ିଆଳ ପୋଲିସ ତଦନ୍ତ ଆରମ୍ଭ କରି ଏଟିଏମ ଟଙ୍କା ଥିବା ଗାଡିକୁ ଭରୁଆକାନି ଠାରେ ଟ୍ରେସ କରି ଜବତ କରିଛନ୍ତି। ବର୍ତ୍ତମାନ ଗାଡ଼ିରେ କେତେ ଟଙ୍କା ଅଛି ତାହା ତଦନ୍ତ ଚାଲୁଥିବା ଖଡ଼ିଆଳ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଆନୁମାନିକ ୫୭ ଲକ୍ଷ ଟଙ୍କା ନେଇ ଗାଡି ଚାଳକ ଫେରାର ହୋଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଅଛି।

ଖଡ଼ିଆଳ ମୁଖ୍ୟ ବ୍ୟାଙ୍କ ମେନେଜର ଖଡ଼ିଆଳଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ପକ୍ଷରୁ ମୁଖ୍ୟ ସଡ଼କ, ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ସିଲ କରି ବ୍ୟାପକ ଯାଞ୍ଚ ପ୍ରତାଳ ଚାଲୁ ରହିଅଛି। ଖଡ଼ିଆଳ ପୋଲିସ ସହ ବଙ୍ଗୋମୁଣ୍ଡା ଏବଂ ତୁରେକେଲା ପୋଲିସ କଣ୍ଟାବାଞ୍ଜି ଏସ୍ଡିପିଓ,ଏବଂ ଖଡ଼ିଆଳ ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Related posts

ପାଣି ଢାଳିବାକୁ ଆସି ଜୀବନ ଚାଲିଗଲା

Odisha Halchal

ଜାତୀୟ ରାଜପଥ ନିକଟରେ ଟ୍ରମା କେୟାର କେନ୍ଦ୍ର- ସ୍ୱାସ୍ଥ୍ୟ ବିଭାଗ

Odisha Halchal

ଭଗ୍ନ ଅବସ୍ଥାରେ ବାବା ସୁବର୍ଣ୍ଣ ସମ୍ଭୁ ଙ୍କ ମନ୍ଦିର

Odisha Halchal

Leave a Comment