ଅପରାଧଓଡ଼ିଶା ଖବରନ୍ୟୁଜ୍

ଜଗନ୍ନାଥ ମନ୍ଦିରରୁ ଚୋରି, ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥ ମନ୍ଦିରରୁ ଚୋରି, ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥ ମନ୍ଦିରରୁ ଚୋରି । ଭଗବାନଙ୍କ ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଚୋର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଶନିବାର ସକାଳୁ ମନ୍ଦିରର ପୂଜକ ଭଗବାନଙ୍କ ନୀତିକାନ୍ତି ପାଇ ଆସିଥିବା ବେଳେ ମନ୍ଦିରର ତିନୋଟି ଦ୍ଵାରର ତାଲା କାଟି ଗେଟ୍ ଖୋଲାଥିବା ଦେଖିଥିଲେ । ମନ୍ଦିର ଭିତରକୁ ଯାଇ ଦେଖିବା ପରେ ତିନି ଠାକୁରଙ୍କ ୩ଟି ରୂପା ମୁକୁଟ ଏବଂ ଅନେକ ଅଳଙ୍କାର, ଦାନ ହୁଣ୍ଡିରେ ଥିବା ଲକ୍ଷାଧିକ ଟଙ୍କା ସହିତ ଅନେକ ଜିନିଷପତ୍ର ଚୋରି ହୋଇଥିବା ପୂଜକ ଅଭିଯୋଗ କରିଛନ୍ତି ।

ଭଗବାନଙ୍କ ମନ୍ଦିରରେ ଚୋରି ହୋଇଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଜୟପାଟଣା ପୋଲିସ ଘାଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଛି ।

Related posts

ବନ୍ଧା ହେବେ ଶିଳ୍ପା ଶେଟ୍ଟୀଙ୍କ ମା’! ୱାରେଣ୍ଟ ଜାରି

Odisha Halchal

ଜିଲ୍ଲାର ଏକମାତ୍ର ଟସର ଚାଷୀ ସମବାୟ ସମିତି କାର୍ଯ୍ୟାଳୟକୁ ରାସ୍ତା ନାହିଁ

Odisha Halchal

ନର ବଳି ପରେ ରାନ୍ଧି ଖାଇଲେ ଶବକୁ

Odisha Halchal

Leave a Comment